ଶିକ୍ଷକ ଅଭାବ ପ୍ରତିବାଦ ଜଳାପୋକ ବିଦ୍ୟାଳୟରେ ତାଲା



କେନ୍ଦ୍ରାପଡ଼ା ୧୯/୭ – କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଶିକ୍ଷାଦାନରେ ବାଧା ଦେଖାଦେଇଛି । କେଉଁଠି ଗୋଟିଏ ଶିକ୍ଷକରେ ପାଠ ପଢା ହେଉଛି ତ କେଉଁ ୫ ଟା କ୍ଲାସରେ ୨ ଟି ଶିକ୍ଷକ ଅଛନ୍ତି । ଏନେଇ ଶିକ୍ଷାଦାନରେ ବାଧା ଉପୁଜୁଛି । ଶିକ୍ଷା ଅଧିକାରୀ ଭୟରେ ବିଦ୍ୟାଳୟ ପରିଦର୍ଶନ କରିନାହାଁନ୍ତି । କାରଣ ଅଭିଭାବକ ତାଙ୍କୁ ଘେରିବେ । ଖାଲି ଶିକ୍ଷକଙ୍କ ବୈଠକ ଓ କଲମ ଚାଷ ଚାଲିଛି ବୋଲି ଜଳାପୋକ ବିଦ୍ୟାଳୟରେ ତାଲା ପକାଇ ଥିବା ଅଭିଭାବକ କହିଛନ୍ତି । ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳାପୋକ ବିଦ୍ୟାଳୟରେ ସାତୋଟି ଶ୍ରେଣୀରେ ୧୫୦ରୁ ଅଧିକ ବିଦ୍ୟାର୍ଥୀ ପାଠ ପଢୁଛନ୍ତି । ତିନି ଜଣ ଶିକ୍ଷକ ଥିବାବେଳେ ଜଣଙ୍କର ବଦଳି ହୋଇ ଯାଇଛି । ଦୁଇ ଜଣ ଶିକ୍ଷକରେ ପାଠ ପଢା ଚାଲିଛି । ପିଲାଙ୍କୁ ଜଗିବା ଶିକ୍ଷକଙ୍କ କାମ ହୋଇଛି । ଏଥିରେ ଉତକ୍ଷିପ୍ତ ହୋଇ ଅଭିଭାବକମାନେ ଆଜି ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ । ଏ ସମ୍ପର୍କରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା । ସୂଚନା ଯୋଗ୍ୟ ଯେ ଉକ୍ତ ତହସିଲ ଅନ୍ତର୍ଗତ ସର୍ବପୁରାତନ କରିଲୋପାଟଣା ଉଚ୍ଚ ବିଦ୍ୟାଳୟରେ ଅଭିଭାବକମାନେ ଆବଶ୍ୟକ ଶିକ୍ଷକ ନଥିବାରୁ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading