କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିାଂଟା ପଂଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଖଡ଼ିଅଂଟା ସରପଂଚ ଜୀବନ କୃଷ୍ଣ ରାୟ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଆବାସ, ରାସନକାର୍ଡ,ଓ ଭତ।।କୁ ମିଶାଇ ସମୁଦାୟ ୩୦ଆପତିି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଥିଲା । ଏଥିରେ ୭ ଭତା ପାଇଁ ଆବେଦନ କରିଥିବା ବେଳେ ୫ ଅସଂଗଠିତ ଶ୍ରମିକଙ୍କୁ ପଞ୍ଜିକୃତ କରାଯିବା ସହିତ ୫୦ଗାଇଗୋରୁ ଙ୍କୁ ଟୀକା ଦିଆଯାଇଥିଲା । ଏଥି ସହିତ ଡିଡିୟୁଜିକେୱଇ -୫ଜଣ,ବ୍ୟାଙ୍କ୍ ସଂଯୋଗିକରଣ – ୧ଜଣ, କେ ସି ସି ଡାଏରୀ- ୧ ଏମଇସିଜି-୪ଜଣଙ୍କୁ ସାମିଲ କରାଯାଇଥିଲା । ଏହି ସରକାରୀ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀ, ପଂଚାୟତ ନିର୍ବାହୀ ଅଧିକାରୀ ସଂଜୀବ ବେହେରା, ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ, ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ ବ୍ଲକ ଉଦ୍ୟାନ ଅଧିକାରୀ, ବ୍ଲକ ପଶୁସମ୍ପଦ ଅଧିକାରୀ ପ୍ରମୁଖ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଜନସାଧାରଣଙ୍କ ଆପତିି ଅଭିଯୋଗ ଶୁଣିଥିଲେ । ଏହି ପଲ୍ଲୀ ପ୍ରଶାସନ କାର୍ଯ୍ୟକ୍ରମରେ ଆଗତ ସମସ୍ତ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।
kanikanews.in
Next Post
ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ହାଇକୋର୍ଟଙ୍କ ଗିରଫ ନିର୍ଦେଶ
Mon Jul 24 , 2023
କେନ୍ଦ୍ରାପଡ଼ା, ୨୪/୭: ପ୍ରାୟ ବର୍ଷକ ତଳେ ଜେଲରୁ ଜାମିନରେ ଆସିଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଗିରଫ କରାଯିବାକୁ ଓଡିଶା ଉଚ୍ଚ ନ୍ୟ୍ୟାାଳୟ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ବଳରେ ଗ୍ୟାଙ୍ଗଷ୍ଟର ଟିଟୋ ପ୍ରାୟ ବର୍ଷକ ତଳେ ଜେଲରୁ ସର୍ତ୍ତମୂଳକ ଜାମିନରେ ଖଲାସ ହୋଇଥିଲା । କିନ୍ତୁ ଜାମିନ ସମୟରେ ହାଇକୋର୍ଟଙ୍କ ପକ୍ଷରୁ ଯେଉଁସବୁ ସର୍ତ୍ତ ରଖଯାଯାଇଥିଲା ତାହାକୁ ଗ୍ୟାଙ୍ଗଷ୍ଟର ଟିଟୋ ଖିଲାପ […]

You May Like
- 12 months ago
ମେଧାବୀ ଦିବ୍ୟାଙ୍ଗ ଛାତ୍ରୀ ବୃତ୍ତି ପାଇଁ ପୁନର୍ବାସକୁ ଦାନ
- 4 months ago
ସଂଜୀବନୀ ବିଦ୍ୟାମନ୍ଦିରର ପଞ୍ଚଦଶ ବାର୍ଷିକ ଉତ୍ସବ