ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ ହେଉ :ଜନଶକ୍ତି ପାର୍ଟି


ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ସ୍କୁଲ କଲେଜ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୋଲିସ ଦମକଳ ଆଦି ବିଭିନ୍ନବର୍ଗର କର୍ମଚାରୀଙ୍କ ପାଇଁ ୟୁନିଫର୍ମ ପ୍ରଚଳନ କରିଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ନଥିବାରୁ ବହୁ ସମୟରେ ସରକାରୀ କାର୍ଯ୍ୟ ସମ୍ପାଦନ ବେଳେ ନାନାଦି ଅସୁବିଧା ସୃଷ୍ଟି ହେଉଛି । ବହୁ କ୍ଷେତ୍ରରେ ସରକାରୀ ଅଧିକାରୀମାନେ ରାଜ୍ୟ ରାଜକୋଷରୁ ଦରମା ନେଇ କାର୍ଯ୍ୟରେ ଅନୁପସ୍ଥିତ ରହିବା, ଠିକ ଭାବେ କାର୍ଯ୍ୟ ସମ୍ପାଦକ ନକରିବା, ଜନସାଧାରଣଙ୍କ ସହାନୁଭୂତିଶୀଳ ନହୋଇ ବେପରୁଆ ଭାବେ ଅନୁପସ୍ଥିତ ରହିବା । କାର୍ଯ୍ୟରେ ଅବହେଳା କରିବା ସହିତ ଦୁର୍ନୀତିରେ ଲିପ୍ତ ରହିବା ଦେଖାଯାଉଛି । ଅନେକ ସମୟରେ ଲୋକମାନେ ସରକାରୀ ଅଧିକାରୀଙ୍କୁ ଚିହିଁ ନପାରି ଆକ୍ରମଣ କରିବା ଭଳି ଘଟଣା ସରକାରୀ ବ୍ୟବସ୍ଥାକୁ ଦୁର୍ବଳ କରିବା ସହିତ ଚରମ ବିଶୃଖଳା ସୃଷ୍ଟି ହେଉଛି ବୋଲି ରାଜ୍ୟ ଜନଶକ୍ତି ପାର୍ଟି ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ ଏକ ପ୍ରେସ ବିବୃତିରେ ପ୍ରକାଶ କରିବା ସହିତ ଏକ ଦୁର୍ନୀତିମୁକ୍ତ ଉତରଦାୟୀ ପ୍ରଶାସନିକ ବ୍ୟବସ୍ଥା ପାଇଁ ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ କରିବା ପାଇଁ ଦାବୀ କରିଛନ୍ତି ।


Next Post

Demand of local people to clear the unusable trees from both sides of Albha-Gandakia road

Wed Jul 26 , 2023
Albha-Gandakia road under Pattamundai PWD division of Kendrapada district is covered with unusable trees on both sides of 9 k.m long. Due to its coverage, minor accidents occur every day during traffic. When snakes and venomous snakes nest, they come out to the both sides of road at night . […]

KANIKA