ପଟ୍ଟାମୁଣ୍ଡାଇ ବାଳିକା ହାଇସ୍କୁଲରେ ଜାତୀୟ କୃମିନାଶକ ଦିବସ ପାଳିତ


ପଟ୍ଟାମୁଣ୍ଡାଇ ୧୦ା୮-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡାଙ୍କ ପୌରହିତ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବାଳିକା ହାଇସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ଉଷାରାଣୀ କର,ସବଡିଭିଜନ ହସ୍ପିଟାଲ ପିଏଚଇଓ ନୃସିଂହ ଚରଣ ଦାସ ଓ ବିପିଏମ ପ୍ରଶାନ୍ତ କୁମାର ଜେନା ଓ ବାଳିକା ହାଇସ୍କୁଲର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଯୋଗ ଦେଇ ସଚେତନତା ସୃଷ୍ଟି କରିଥିଲେ । ଏଇ ଅବସରରେ ବାଳିକା ହାଇସ୍କୁଲ ଓ ପ୍ରାଥମିକ ସ୍କୁଲର ସମସ୍ତ ଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ଖୁଆଇ ଦିଆଯାଇଥିଲା । ଏଥି ସହିତ ସ୍ୱାସ୍ଥ୍ୟ କର୍ମଚାରୀମାନେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିର ସମସ୍ତ ସ୍କୁଲ, ଅଙ୍ଗନବାଡିକେନ୍ଦ୍ର ସହିତ ଘରକୁ ଘର ବୁଲି କୃମି ନାଶକ ଔଷଧ ବଂଟନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading