ଆଗୁଆ ନିର୍ବାଚନ ନେଇ ବଢୁଛି ଚର୍ଚ୍ଚା


ରାଜ୍ୟ ରାଜନୀତିରେ କିଛିଦିନ ହେବ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଛି। ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଆଉ ଏକ ଚର୍ଚ୍ଚା ମଧ୍ୟ ଆଲୋଚନା ହେଉଛି । ନିକଟରେ ଓଡିଶା ଗସ୍ତରେ ଆସିଥିବା ଏକାଧିକ ନ୍ଦେନ୍ଦ୍ରମନ୍ତ୍ରୀ ଏହି ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚାକୁ ବାରମ୍ବାର ଖଣ୍ଡନ କରୁଥିଲେ ସୁଦ୍ଧା ଏଭଳି ଆଲୋଚନା ବନ୍ଦ ହେଉନାହିଁ। ତେବେ ଏହି ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଭାଜପା ଏବଂ ବିଜେଡି ମଧ୍ୟରେ ଜୋର୍‌ ଧରିଛି ରାଜନୀତି । କେନ୍ଦ୍ରାପଡା ଭାଜପା ନେତାମାନେ କୁହନ୍ତି ଯେ, ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ହେବାର କୌଣସ ପ୍ରଶ୍ନ ଉଠୁନାହିଁ। କେନ୍ଦ୍ରମନ୍ତ୍ରୀମାନେ ପୂର୍ବରୁ ଏହା କହିସାରିଛନ୍ତି। ଆଗୁଆ ର୍ନିବାଚନ ନେଇ ଯେଉଁ ପର୍ଯ୍ୟନ୍ତ ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିନି ଏହା କିଭଳି ସମ୍ଭବ । ଆଗୁଆ ର୍ନିବାଚନ ନେଇ ରାଜ୍ୟ ପ୍ରସ୍ତାବ ଦେଇଛି କି ନାହିଁ ଜଣାନାହିଁ, ହୁଏତ ଏହା କଳ୍ପନାଜଳ୍ପନା ହୋଇପାରେ ବୋଲି ସେମାନେ ମତ ରଖି କହିଛନ୍ତି। ବର୍ଷା ଏବଂ ଶୀତ ଅଧିବେଶନ ମଝିରେ ଯଦି ସ୍ବତନ୍ତ୍ର ଅଧିବେଶନ ଭଳି ହୁଏ ତେବେ ହୁଏତ ଆଗୁଆ ନିର୍ବାଚନ ହେବ ବୋଲି କୁହାଯାଇପାରେ। କେନ୍ଦ୍ର ଯେବେ ନିର୍ବାଚନ କରିବ ରାଜ୍ୟ ସେବେ ନିର୍ବାଚନ କରିବ । ବିଜେଡି ନେତା କିଶୋର ସାହୁ କହିଛନ୍ତି, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ହେଉ ବା ରାଜ୍ୟ ସରକାର ଯେତେବେଳେ ଚାହିଁବେ ସରକାର ଭାଙ୍ଗିପାରିବେ। ବିଜେଡି କେଉଁଠି ମଧ୍ୟ କହି ନାହିଁ ଆଗୁଆ ନିର୍ବାଚନ ହେବ । ଯଦି ବି ଆଗୁଆ ନିର୍ବାଚନ ହେବ ତେବେ ଏହା କିଛି ନୂଆ କଥା ନୁହେଁ । ବିଗତ ଦିନରେ ବହୁଥର ଆଗୁଆ ନିର୍ବାଚନ ହେବା କଥା ସମସ୍ତେ ଦେଖିଛନ୍ତି ବୋଲି ସେ କହିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading