ଶ୍ରୀରାମପୁର ବ୍ରାହ୍ମଣୀ ନଦୀରୁ ମୃତଦେହ ଉଦ୍ଧାର


 

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ କଦମଦାଣ୍ଡି ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ବୁଧବାର ସକାଳେ ଏକ ଅଜଣା ଯୁବକର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ସମ୍ପର୍କରେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରି ମୃତ ଦେହକୁ ଚିହ୍ନଟ କରିଥିଲା ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ସମୀର ମଲିକଙ୍କ ପୁତ୍ର ସୁଭ୍ରଜିତ ମଲିକ (୧୮) ଗତ ରବିବାର ଠାରୁ ଘରୁ ନିଖୋଜ ଥିଲେ ସୁଭ୍ରଜିତ ଅନେକ ଦିନ ହେଲା ମାନସିକ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ସୂତ୍ରରୁ ଜଣା ପଡିଛି ନିଖୋଜ ହେବା ପରେ ତାଙ୍କର ମୃତ୍ୟୁର କାରଣ ଜଣାପଡି ନାହିଁ ଗ୍ରାମଂଚଳ ଥାନା ପୋଲିସ ଶବକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି


Discover more from

Subscribe now to keep reading and get access to the full archive.

Continue reading