ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୂର୍ତ ବିଭାଗ ଦ୍ୱାରା ବିଭିନ୍ନ ରାସ୍ତା, କୋଠାବାଡି, ସ୍କୁଲ କୋଠା ନିର୍ମାଣ କାର୍ଯ୍ୟ ଓ ମରାମତିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇଆସୁଛି । ବାରମ୍ବାର ଅଭିଯୋଗ ସତ୍ୱେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ନିର୍ମାଣ କାର୍ଯ୍ୟରେ ଦିନକୁ ଦିନ ଅଧିକ ଦୁର୍ନୀତି ଓ ଅନିୟମିତତା ବୃଦ୍ଧି ପାଇବାରେ ଲାଗିଛି । ଏପରିକି କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ବାଇପାସରାସ୍ତ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି ।
ବୁଦ୍ଧିଜୀବୀ ପ୍ରବିର ନାୟକ କୁହନ୍ତି , କେନ୍ଦ୍ରାପଡା ପୂର୍ତ ବିଭାଗ ଡିିଭିଜନ-୧ ଅଧିନରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ଶହଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କାରାଯାଇ ଉନ୍ନତି ମୂଳକ କାର୍ଯ୍ୟହୋଇଛି । ସେଥି ମଧ୍ୟରୁ କେତେକ ନିର୍ମାଣ କାର୍ଯ୍ୟ ହୋଉଥିବା ବେଳେ କେତେକ କାର୍ଯ୍ୟ ଅଧାପନ୍ତରିଆ ଭାବେ ବନ୍ଦ ପଡିଛି । ଆଉ ଅନେକ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲେ ମଧ୍ୟ ନିମ୍ମମାନର କାମ ହୋଇଥିବାରୁ ତାହା ୨/୩ ମାସରେ ଖରାପ ହୋଇ ଗଲାଣି । ଏ ନେଇ ବିଭାଗିୟ ଉଚ୍ଚକତୃପକ୍ଷଙ୍କୁ ସ୍ଥାନୀୟ ଅଂଚଳର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଆଇନଜୀବୀ ଓ ଜନସାଧାରଣ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଟାନ ନିଆଯାଇନାହିଁ ।
ସାମାଜିକକର୍ମୀ ପ୍ରଶାନ୍ତ ମହାନ୍ତି କୁହନ୍ତି, ପୂର୍ତ ବିଭାଗ ପକ୍ଷରୁ ୨୨ କୋଟି ବ୍ୟୟରେ ପଟ୍ଟାମୁଣ୍ଡାଇ-ରାଜନଗର ଉତିକଣ ବନ୍ୟା ବନ୍ଧ ରାସ୍ତା ଗତ ୪ ମାସ ତଳେ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା । ଏବେ ସେହିରାସ୍ତାର ଅଧିକାଂଶ ଜାଗାରେ ଗର୍ତ ସୃଷ୍ଟି ହୋଇ ଯାତାୟତରେ ବାଧା ହେଉଛି । ମାତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଥିଲା । ଉକ୍ତ ରାସ୍ତା କାର୍ଯ୍ୟରେ ବ୍ୟୟ ଅଟକଳ ଅନୁଯାୟୀ ବାଲି, ମାଟି, ପଥର ଗୁଣ୍ଡ, ମେଟାଲ ଚିପ୍ସ, ପିଚୁ ଓ ଏପରିକି ସଠିକ ପରିମାଣର ପାଣି ମଧ୍ୟ ବ୍ୟବହାର କରାଯାଉନଥିବା ଅଭିଯୋଗ ହୋଇଆସୁଥିଲା । ଫଳରେ ଠାଏଁଠାଏଁ ଉକ୍ତ ରାସ୍ତାରୁ ପିଚୁ ଉଠିପଡ଼ିବା ସହ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ୪ ମାସ ତଳରାସ୍ତା ନୁହେଁ ବରଂ ୧୫ ତଳର ରାସ୍ତା ପରି ପ୍ରତ୍ୟୟମାନ ହେଉଛି । ଏବେ ଠିକାଦାର ଉକ୍ତ ରାସ୍ତାରେ ପ୍ୟାଚ ପକାଇ ଦୋସକୁ ଲୁଚାଇବାକୁ ଚେଷ୍ଟା ଚଳାଇଛି ।
ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି, ପୂର୍ତ ବିଭାଗ ପକ୍ଷରୁ ୯ କୋଟି ବ୍ୟୟରେ ଇନ୍ଣ୍ଡୋର ଷ୍ଟାଡିୟମ କାର୍ଯ୍ୟ, ୧୬ କୋଟି ବ୍ୟୟରେ କ୍ରିଟିକାଲ କେୟାର ହସ୍ପିଟାଲ, ୩ କୋଟି ବ୍ୟୟରେ ଆଦର୍ଶ ବିଦ୍ୟାଳୟ କୋଠା, ୫୦ ଲକ୍ଷ ବ୍ୟୟରେ ମଶନ ଶକ୍ତି ଗୃହ , ୩୨ କୋଟି ବ୍ୟୟରେ ନିଳକଣ୍ଠପୁର ପୋଲ କାମ ଓ ବିଭିନ୍ନ ରାସ୍ତା ଓ କୋଠା ମରାମତି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ସେହିପରି ପଟ୍ଟାମୁଣ୍ଡାଇରେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ୧୯ କୋଟି ଟଙ୍କା ବ୍ୟୟରେ ନୂତନ ବାଇପାସ୍ ରାସ୍ତାର ନିର୍ମାଣ କର୍ଯ୍ୟ କରାଯାଉଛି । ପଟ୍ଟାମୁଣ୍ଡାଇ ବାଇପାସ୍ ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ କେନାଲ ବନ୍ଧର ଦକ୍ଷିଣପାର୍ଶ୍ୱରେ ନୂତନ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ନିର୍ମାଣ କାର୍ଯ୍ୟ ପଟ୍ଟାମୁଣ୍ଡାଇ ପୂର୍ତ ବିଭାଗ ଅଧୀନରେ ହେଉଛି । ରାସ୍ତା ନିର୍ମାଣ କରୁଥିବା ଠିକାଦାର ସରକାରୀ ନିୟମକୁ ନ ମାନି ମନମୁଖି ପଙ୍କମାଟି ପକାଇ କାର୍ଯ୍ୟ କରୁଛନ୍ତି । ନୂତନ ବାଇପାସ ରାସ୍ତା ନିର୍ମାଣ କାମ ନିମ୍ନମାନର କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ସ୍ଥାନୀୟ ଲୋକେ ବିଭାଗିୟ ଅଧିକାରୀଙ୍କୁ ଅଭିଯୋଗ କରିବା ସତ୍ୱେ ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିବା ପରିବର୍ତେ ପୂର୍ବ ଭଳି ନିମ୍ନମାନର ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ଫଳରେ ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ସେହିପରି ୬ ମାସ ତଳେ ୨ କୋଟି ବ୍ୟୟରେ ସମ୍ପୁର୍ଣ୍ଣ ହୋଇଥିବା ଅଳଭା-ଗଣ୍ଡାକିଆ ରାସ୍ତା ଅନେକ ସ୍ଥାନରେ ଫାଟି ଦବିଗଲାଣି । ଏହିସବୁ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅଶୋକ ଜେନାଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିବା ବେଳେ ଦାଇତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଜ୍ୟୋତି ବେହେରାଙ୍କୁ ପଚାରିବାରୁ ଅବିକା ଯେଉଁ ସବୁ କାର୍ଯ୍ୟଚାଲିଛି ତାହା ସଠିକ ଢଙ୍କରେ ହେଉଛି ବୋଲି ସେ କହିଛନ୍ତି ।