ପୁଣିଥରେ ଓଡ଼ିଶାରେ ନବୀନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି : ଅତନୁ


କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଳକ ଦେଉଳପଡ଼ା ଠାରେ ଭତା ବଂଟନ ମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜଗଡ଼, ଅଳାଇଲୋ, ଦେଉଳପଡ଼ା, ବଳିପାଳ, ବିଜୟନଗର, ବଢ଼ିହ ୬ ଗୋଟି ପଂଚାୟତର ବିଭିନ୍ନ ବର୍ଗର ହିତାଧିକାରୀମାନଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତା ବଂଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ମହାକାଳପଡ଼ା ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଓଡ଼ିଶାରେ ପୁଣି ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ତାଙ୍କର ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାବାସୀଙ୍କ ହୃଦୟରେ ସେ ସ୍ଥାନ ପାଇଛନ୍ତି । ଏ ଅଂଚଳର ବିକାଶ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇଛି । ନିର୍ବାଚନ ମଣ୍ଡଳୀର ସେବା ପାଇଁ ମୁଁ ଉତ୍ସର୍ଗୀକୃତ । ଚାଷୀଙ୍କ ସୁବିଧା ପାଇଁ ସରକାର ୧ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବା । ମା’ ମାନଙ୍କ ପାଇଁ ମିଶନ ଶକ୍ତି ମାଧ୍ୟମରେ ସେମାନଙ୍କର ଉନ୍ନତି ପାଇଁ ଯୋଜନା କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଂଚାୟତର ଭିତିଭୂମିରେ ସୁଧାର ଆଣିବା ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଥିଲେ । ରାଜ୍ୟ ସରକାରଙ୍କ ପାଇଁ ବିଭିନ୍ନ ଧର୍ମପୀଠ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକର କଳେବର ବୃଦ୍ଧି ହେବାକୁ ଯାଉଛି । ଆଗାମୀ ଦିନରେ ମହାକାଳପଡ଼ାରେ ଶିଳ୍ପାୟନ ହେବାକୁ ଯାଉଛି । ଏହାର ସୁବିଧା କେନ୍ଦ୍ରାପଡ଼ା ଜିଲ୍ଲା ସମେତ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଯୁବକ ଯୁବତୀମାନେ ପାଇବେ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ । ଓରତ ପୋଲ ଠାରୁ ମନ୍ତ୍ରୀଙ୍କୁ ଏକ ବିଶାଳ ମୋଟର ସାଇକେଲ୍ ର‌୍ୟାଲିରେ ସଭାସ୍ଥଳକୁ ଅଣାଯାଇଥିଲା । ବାଟରେ ଓଳିହା ବାଇପାସ୍ ରୋଡ଼୍‌ର ଶିଳାନ୍ୟାସ ମନ୍ତ୍ରୀ କରିଥିଲେ । ୪ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ଏହି ବାଇପାସ୍ ରୋଡ଼ ନିର୍ମାଣ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଦୁତିରଞ୍ଜନ ପତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୈତାରୀ ଟୁଡ଼ୁ, ସହକାରୀ ଯନ୍ତ୍ରୀ ଦେବାଶିଷ ସାମଲ, ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ, ଜିଲ୍ଲା ପରିଷଦ ସଭ୍ୟ ସୁସ୍ମିତା ସ୍ୱାଇଁ, ଦେଉଳପଡ଼ା ପଂଚାୟତର ପୂର୍ବତନ ସରପଂଚ ଦେବଦତ ପରିଡ଼ା, ରାଜ୍ୟ ବିଜୁ ମହିଳା ସମ୍ପାଦିକା ସୁରଭି ଜେନା, ଭକ୍ତଚରଣ ପଣ୍ଡା, ଅଶୋକ କୁମାର ମହାପାତ୍ର, ସରପଂଚ ମମତା ସାମଲ, ଗିତାଞ୍ଜଳି ଦାସ, ନିବେଦିତା ଦାସ, ରୁପସିନୀ ସାହୁ, ସମିତିସଭ୍ୟ ସରୋଜକାନ୍ତ ପରିଡ଼ା, ହିମାଂଶୁ ଶେଖର ସାହୁ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ହେମନ୍ତ ସାହୁ, ଛାତ୍ରନେତା ସ୍ମୃତିରଞ୍ଜନ ପ୍ରଧାନ, ପୂବତନ ସମିତିସଭ୍ୟ ଶଷିଭୂଷଣ ଦାସ, ନଳିନୀକାନ୍ତ ଚୌଧୁରୀ ଓ କବିତା ମଳିକଙ୍କ ସମେତ ବହୁ ନେତୃମଣ୍ଡଳୀ ଓ ହଜାର ହଜାର ଜନସାଧାରଣ ଉପସ୍ଥିତ ରହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading