ତରାପୁର ମା’ ଶାରଳାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ


 

କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତର ତରାପୁରସ୍ଥିତ ମା’ ଶାରଳାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜନ୍ମେଜୟ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ଦୁର୍ଗାପୂଜାରେ ମା’ ଶାରଳାଙ୍କ ପୀଠରେ ଦୈନଦିନ କାର୍ଯ୍ୟକ୍ରମ ପାଇଁ ଏକ କମିଟି ଗଠନ କରାଯାଇଥିଲା । ଆସନ୍ତା ମୂଳା ଅଷ୍ଟମୀ ଠାରୁ ମା’ଙ୍କର ଶୋଡଷ ଉପଚାର ସହିତ ଦଶହରା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବାକୁ ଏହି କମିଟି ଦାଇତ୍ୱରେ କରାଯିବା ସହିତ ବର୍ଷସାରା ସବୁଦିନ ନୀତିକାନ୍ତି ପାଇଁ ସମସ୍ତ ସଦସ୍ୟମାନେ ଦାଇତ୍ୱ ନେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । କମିଟିର ସଭାପତି ଭାବେ ଜନ୍ମେଜୟ ରାଉତ, ଉପସଭାପତି କ୍ଷୀରୋଦ କୁମାର ନାୟକ, ସମ୍ପାଦକ ସରୋଜକାନ୍ତ ସାହୁ, କୋଷାଧକ୍ଷ ବିଶ୍ୱବିଜୟ ଦାସ, ଉପଦେଷ୍ଟା ମଣ୍ଡଳୀରେ ଅଧିକାରୀ ରବୀନ୍ଦ୍ର ଦାଶ, ଅଧିକାରୀ ଜିତେନ୍ଦ୍ର ଦାଶ, ଅଧିକାରୀ ଭିକାରୀ ଚରଣ ଦାଶ, ନାରାୟଣ ପଣ୍ଡା, ନିରଞ୍ଜନ ନାୟକ, ସରପଞ୍ଚ ତନୁଜା ନାୟକ, ମୃତୁଞୟ ରାଉତ, ବୈଷ୍ଣବ ଚରଣ ବାରିକ, ଅଜୟ ମହାନ୍ତି, ଚିତ୍ତରଞ୍ଜନ ଖୁଣ୍ଟିଆ, ବସନ୍ତ କୁମାର ଜେନା, ଆଶିଷ କୁମାର ନାୟକ ପ୍ରମୁଖଙ୍କୁ ଚୟନ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading