ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ


କେନ୍ଦ୍ରାପଡ଼ା ସିଭିଲ କୋର୍ଟ ପରିସରରେ ଆଇନସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଜିଲ୍ଲା ଦୌରାଜଜ୍‌ ଶ୍ରୀ ବିଶ୍ୱଜିତ୍‌ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ୩୫୪ଟି ମାମଲାର ବିଚାର କରାଯାଇ ୧ କୋଟି ୫୯ଲକ୍ଷ ୬୪ହଜାର ୮୧୮ଟଙ୍କା ଆଦାୟ କରାଯାଇଛି । ଏହା ବ୍ୟତୀତ ବ୍ୟାଙ୍କ ଋଣ ବାବଦ ୨୩୬ ମାମଲା ଫଇସଲା କରାଯାଇ ୩୭ ଲକ୍ଷ ୩୯ ହଜାର ୪୩୦ ଟଙ୍କା ଆଦାୟ କରାଯାଇଛି । ୧୫ ଟି ମନି ରିକଭରି ମାମଲା ଫଇସଲା କରାଯାଇ ୩୬ ଲକ୍ଷ ୩୮ ହଜାର ୧୦୩ ଟଙ୍କା ଆଦାୟ କରାଯାଇ ଥିବା ବେଳେ ୨୪ଟି ମୋଟରଯାନ ମାମଲା ଫଇସଲା କରାଯାଇ ୧ କୋଟି ୨୧ ଲକ୍ଷ ୫୫ ହଜାର ଟଙ୍କା ରାଜସ୍ୱ ଆଦାୟ କରାଯାଇଥିଲା । ସେହିପରି ୩ଟି ଖାଉଟି ମାମଲା ଫଇସଲା କରାଯାଇ ୧ ଲକ୍ଷ ୭୧ ହଜାର ୨୧୫ଟଙ୍କା ଆଦାୟ କରାଯାଇଥିଲା । ୧୫ଟି ପାରିବାରିକ ମାମଲା ଏଇ ଅବସରରେ ଫଇସଲା କରାଯାଇଥିଲା । ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ବିଶ୍ୱଜିତ୍ ମହାନ୍ତି, ପରିବାର ଅଦାଲତର ବିଚାରପତି ବିକାଶ ଚନ୍ଦ୍ର ଦେ, ଅତିରିକ୍ତ ଜିଲ୍ଲା ଜଜ୍ ଅଜୟ କୁମାର ପ୍ରଧାନ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପୂଜା ଷଡ଼ଙ୍ଗୀ, ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ପ୍ରମୂଖ ବିଭିନ୍ନ ଅଦାଲତରେ ମାମଲା ଗୁଡ଼ିକ ବିଚାର କରିଥିଲେ । ସେହିପରି ବରିଷ୍ଠ ସିଭିଲ୍‌ଜଜ୍ ଅନ୍ନପୂର୍ଣ୍ଣା ନାୟକ, ଆଲୋକମୟୀ ପ୍ରଧାନ, ଅତିରିକ୍ତ ବରିଷ୍ଠ ସିଭିଲ୍‌ ଜଜ୍ ସ୍ନିଗ୍ଧା ପଣ୍ଡା, ସିଭିଲ୍ ଜଜ୍ ଶ୍ରୀକୁମାର ସ୍ପନ୍ଦନ, ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଅମିତ୍ କୁମାର ବେହେରା ପ୍ରମୂଖ ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ବିଭିନ୍ନ ମାମଲାର ବିଚାର କରିଥିଲେ । ସୂଚନାଯୋଗ୍ୟ ଯେ, ଦରିଦ୍ର, ନିଷ୍ପେସିତ, ଅବହେଳିତ ତଥା ଗ୍ରାମାଞ୍ଚଳରେ ଥିବା ଅଶିକ୍ଷିତ ଜନସାଧାରଣ ଏହି ଲୋକ ଅଦାଲତରୁ ବିନାମୂଲ୍ୟରେ ନ୍ୟାୟ ପାଇପାରିଥାନ୍ତି ।

ସେହିପରି ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ୨୦୨୩ ବର୍ଷର ତୃତୀୟ ରାଷ୍ଟୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କୋର୍ଟ ଓ ରାଜନଗର କୋର୍ଟରେ ଥିବା ୮୪ ଟି ଲିଟିଗେଟନ କେସ୍ ମଧ୍ୟରୁ ୨ଟି କେସ୍ ସମାଧାନ ହୋଇଥିବା ବେଳେ ୧୫୧ଟି ପଡିରହିଥିବା କେସ୍ ମଧ୍ୟରୁ ୪୬ କେସ୍ର ସମାଧାନ ହେବାସହ ୧ଲକ୍ଷ ୬ ହଜାର ୪୮୦ ଟଙ୍କା ଆଦାୟ ହୋଇଥିଲା । ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ଅନାଦେୟ ଋଣ ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତରେ ପଟ୍ଟାମୁଣ୍ଡାଇ କୋର୍ଟର ବିଚାରପତି ମୋନାଲିସା ପ୍ରଧାନ, ବିଚାରପତି ସମୀକ୍ଷା ମହାନ୍ତି, ବିଚାରପତି ସଂଗୀତା ମଲ୍ଲିକ, ରାଜନଗର କୋର୍ଟ ବିଚାରପତି ଜ୍ୟୋତିର୍ମୟୀ ଷଢଙ୍ଗୀଙ୍କ ସମେତ ବିଭିନ୍ନ ବ୍ୟାଙ୍କର ପରିଚାଳକ ଓ କର୍ମଚାରୀ ଯୋଗ ଦେଇଥିଲେ ।


Next Post

ଏସିଆ କପ୍‌ : ଆଜି ଭାରତ-ପାକିସ୍ତାନ ମହାଲଢ଼େଇ

Sun Sep 10 , 2023
ଆଜି ଭାରତ ପାକିସ୍ତାନ ମଧ୍ୟରେ ମହାଲଢେଇ । ଏସିଆ କପର ସୁପର -୪ ରେ ସମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଚଳିତ ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ଭାରତ ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ଧୋଇ ଯାଇଥିବା ବେଳେ ଆସନ୍ତା କାଲି ମ୍ୟାଚକୁ ଚାହିଁ ବସିଛି ସାରା ବିଶ୍ୱ । ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ସହ ପଡିଆକୁ ଓଲ୍‌ହାଇ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି […]

You May Like