ଜନଶିକ୍ଷଣ ସଂସ୍ଥାନର ପରିଚାଳନା ପରିଷଦ ବୈଠକ


କେନ୍ଦ୍ରାପଡା ଜିଲ୍ଲାରେ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟରତ ଜନଶିକ୍ଷଣ ସଂସ୍ଥାନର ଦ୍ୱିତୀୟ ବର୍ଷର ପ୍ରଥମ ପରିଚାଳନା ପରିଷଦ ବୈଠକ ସଂସ୍ଥାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂସ୍ଥାନର ଭବିଷ୍ୟତ କାର୍ଯ୍ୟପନ୍ଥା ସହିତ ତାଲିମ ନେଉଥିବା ସମସ୍ତ ହିତାଧିକାରୀଙ୍କୁ ରୋଜଗାର କ୍ଷମ କରାଇବା ଦିଗରେ ଆଲୋଚନା ହୋଇଥିଲା । ଏଥିସହିତ ତାଲିମ ମାଧ୍ୟମରେ ଉତ୍ପାଦିତ ସାମଗ୍ରୀର ମାର୍କେଟିଂ ଏବଂ ତାଲିମ ପାଇଥିବା ଛାତଛାତ୍ରୀଙ୍କୁ ପି.ଏମ.ଇ.ଜି.ପି. ଏବଂ ପି.ଏମ.ଏଫ. ଏମ.ଇ. ଯୋଜନାରେ ସାମିଲ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସଂସ୍ଥାନର ଅଧ୍ୟକ୍ଷ ଅଜୟ କୁମାର ଖୁଣ୍ଟିଆଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା, ଛତାସ୍ଥିତ ସରକାରୀ ପଲିଟେକନିକର ପ୍ରତିନିଧି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ, ଭାରତୀ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷୟିତ୍ରୀ, କେ.ଆଇ.ଇ.ଟି.ର ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତି, ପରିଚାଳନା ପରିଷଦର ଉପାଧ୍ୟକ୍ଷା ଏବଂ ସମସ୍ତ ସଦସ୍ୟ/ସଦସ୍ୟାମାନେ ଆଲୋଚନାରେ ଅଂଶଗ୍ରହଣ କରି ସଂସ୍ଥାନର ସଫଳ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ସଂସ୍ଥାନର ନିର୍ଦେଶକ ଆଶିଷରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading