ତହସିଲଦାରଙ୍କ ହସ୍ତକ୍ଷେପ ପରେ ଗାଁ ଦାଣ୍ଡ ଜଳ ନିସ୍କାଷନର ବାଟ ଫିଟିଲା


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ହରିଜନ ସାହିରେ ଦୀର୍ଘ ଦିନରୁ ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇଛି । ଗାଁ ଦାଣ୍ଡରୁ ବର୍ଷା ପାଣି ନିଷ୍କାସନ ପାଇଁ ସରକାରୀ ଜାଗା ନ ଥିବାରୁ କିଛି ଲୋକ ସେମାନଙ୍କ ବ୍ୟକ୍ତିଗତ ଜାଗାକୁ ପାଣି ନଛାଡିବାରୁ ସମସ୍ୟା ଉପୁଜିଥିଲା । ପାଣି ଜମି ରହିଥିବାରୁ ଆସନ୍ନ ଡେଙ୍ଗୁ,ମ୍ୟାଲେରିଆ ଓ ଚର୍ମରୋଗ କୁ ଲକ୍ଷ କରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସାମ୍ପ୍ରତିକ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଉଦବୃତ ଜଳ ରାଶି ନିଷ୍କାସନ ହୋଇନପାରି ଗାଁ ଦାଣ୍ଡରେ ପାଣି ଜମି ରହିଥିଲା । ଫଳରେ ଗ୍ରାମ ଭିତରକୁ ଲୋକେ ଯାଆସ କରିପାରୁ ନଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲ ଯାଇ ପାରୁନଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଅବଗତ କରାଇବା ପରେ ତହସିଲଦାର ସମୀର ବେହେରା, କାଠିଆପଡ଼ା ଆର୍ ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ଘଟଣା ସ୍ଥ୍ଥଳରେ ପହଁଚି ଆଲୋଚନା କରି ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜାଗାରେ ବର୍ଷା ଜଳ ନିସ୍କାଷନର ବାଟ କାଢିଥିଲେ । ଉଦବୃତ ବର୍ଷାଜଳ ନିଷ୍କାସନ ପାଇଁ ସ୍ଥାୟି ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading