ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମରେ ମୋ ଦେଶ ଓ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଲେଖ ଜେନାଙ୍କ ନେତୃତ୍ୱରେ ଭାଜପା କାର୍ଯ୍ୟକର୍ତା ମାନେ ବନ୍ଦେ ମା ତରଙ୍ଗ ଧ୍ୱନି ସହ ଜାତୀୟ ପତାକା ଉଡାଇ ଶୋଭାଯାତ୍ରା କରିବା ସହ ମାଟି ସଂଗ୍ରହ କରିଥିଲେ । ଏଥିରେ ନଗର ମହିଳା ସଭାନେତ୍ରୀ ରଶ୍ମିତା ସାହୁ,ଭାଜପା ଯୁବନେତା ବସନ୍ତ ସାହୁ, ନଗର ଯୁବ ସଭାପତି ଅଜୟ ଦାସ, ଦୀପକ ମଲିକ, ଦେବାଶିଷ ମଲିକ, ପ୍ରତାପ ଜେନା, ପାରେଶ୍ୱର ପାତ୍ର, ରଜନୀକାନ୍ତ ଦାସ, କାର୍ତିକ ସେଠୀ, ଅମୁଲ୍ୟ ସାହୁ, ଗୋଲକ ମଲିକ, ଗଗନ ସେଠୀ, ଅମୀୟ ସାହୁ କେଶବ ମଲିକ, ଆର୍ତତ୍ରାଣ ମଲିକ,ରାଜେନ୍ଦ୍ର ମଲିକ, କିଶୋର ମଲିକ, ସଞ୍ଜୟ ମଲିକ, ସନାତନ ମଲିକ, ଶ୍ରୀଧର ମଲିକ,ବାବୁରାମ ମଲିକ, ଗୁରୁ ଚରଣ ବାରିକ ସାମିଲ ହୋଇଥିଲେ । ଶେଷରେ ଅମୀୟ ସାହୁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading