ଫଏଜାନେ ଅଏଲେ ବେତ ପକ୍ଷରୁ କୁଇଜ ପ୍ରତିଯୋଗିତା


କେନ୍ଦ୍ରାପଡ଼ା, ୨୭ା୯: ପବିତ୍ର ମହମ୍ମଦଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜଇପୁରା ବସ୍ତିର ଫଏଜାନେ ଅଏଲେ ବେତ୍‌(ଇନଷ୍ଟିଟ୍ୟୁଟ ଫର ଲନିଙ୍ଗ କୋରାନ)ର କୁନି କୁନି ପିଲାମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଏକ ସାଇକେଲ ଓ ଦ୍ୱିତୀୟ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ଏକ ସ୍କୁଲ ବ୍ୟାଗ ସହିତ ୫ଶହ ଟଙ୍କା ନଗଦ ପ୍ରଦାନ କରାଯାଇଥିଲା । କେନ୍ଦ୍ରାପଡା ଜାମା ମସଜିଦର ଇମାମ ମୈାଲାନା ହସମତି ସାହବ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ସମସ୍ତ ମସଜିଦର ଇମାମ ମାନେ ଉପସ୍ଥିତ ଥିଲେ । ମଦ୍ରାସାର ସମ୍ପାଦକ ଆମିନ୍ ରସିଦ ଖାନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading