କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସଦଭାବନା ୟୁଥ କ୍ଲବ ପକ୍ଷରୁ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଆଇନ ମହାବିଦ୍ୟାଳୟ ଛକସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷର ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଚଳିତ ଥର ମଧ୍ୟ କଲିକତାର କାରିଗରମାନଙ୍କ କାରିଗରୀ କୈାଶଳରେ ତାଇୱାନ ବୁଦ୍ଧ ମନ୍ଦିରର ଅବିକଳ ନକଲ ପୂଜା ମଣ୍ଡପ ତୋରଣରେ ସ୍ଥାନ ପାଇବ ବୋଲି ସ୍ଥିର କରାଯାଇଛି । ଏହି ତୋରଣର ଉଚ୍ଚତା ୬୫ଫୁଟ, ଓସାର ୮୦ଫୁଟ ଓ ମୂର୍ତ୍ତି ସହ ମେଢ ୧୬ଫୁଟ ହେବା ପାଇଁ ନିଷ୍ପତ୍ତି ହୋଇଛି । ଏଥର ପୂଜା ବଜେଟ ୧୩ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । କୁମାରପୂର୍ଣ୍ଣିମା ଠାରୁ ବିଷର୍ଜ୍ଜନ ଯାଏ ପୂଜାବିଧି ଅନୁଯାଇ ସମସ୍ତ କାର୍ଯ୍ୟ ପାଳନ କରାଯିବ । ସଭାପତି ମନୋଜ କୁମାର ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଦେବାଶିଷ ଦାସ, ଅନାମ ଚରଣ ମହାନ୍ତି, ବିଶ୍ୱରଞ୍ଜନ ଆଚାର୍ଯ୍ୟ, ବିବେକାନନ୍ଦ ସାହୁ, ସୁରେନ୍ଦ୍ର ଦାଶ, ସଚ୍ଚିକାନ୍ତ ନାଥ, ଦେବାଶିଷ ପଣ୍ଡା, କିଶୋର ବିଶ୍ୱାଳ, ସୈାଭାଗ୍ୟ ଜେନା, ବଳରାମ ମହାରଣା, ଆଶିଷ ଲେଙ୍କା, ସନ୍ଦୀପ ପ୍ରଧାନ, ନିଗମ ନିକେତନ, ନାରାୟଣ ସାହୁ, ପ୍ରସନ୍ନ ଦାସ, ଅଭିଜିତ ଦାସ, ଅନିଲ ମଲ୍ଲିକ, ସଂଜିତ ରାଉତ, ଜ୍ଞାନରଞ୍ଜନ ପୃଷ୍ଟି, ଗଗନ ଦାସ, ଅସିତ ପଣ୍ଡା, ସୈାମ୍ୟରଞ୍ଜନ ବେହେରା, ଜିବନ ଧଳ, ସୂର୍ଯ୍ୟ କୁମାର ମାହୁନ୍ତ, ଜିତୁ ବାରିକ, ବିଶ୍ୱଜିତ ରାଉତ, ପ୍ରହଲ୍ଲାଦ ପୃଷ୍ଟି, ଶଶିକାନ୍ତ ରାଉତ, ବଟକୃଷ୍ଣ ମହାରଣା, ନିହାର ରଞ୍ଜନ ଜେନା, ହୃଷିକେଶ ସାହୁ, ତ୍ରୈଲୋକ୍ୟ ସାହୁ, ପ୍ରୟାସ ରାୟ, ପ୍ରଶାନ୍ତ ପ୍ରଧାନ, ସୈାମ୍ୟରଞ୍ଜନ ପ୍ରଧାନ, ଜ୍ୟୋତିପ୍ରକାଶ ପଲାର, କ୍ଷେତ୍ରବାସୀ ପ୍ରଧାନ, ଶଶିକାନ୍ତ ଓଝା, ମାନସ ଜେନା, ମନୋଜ ପାଣି, କୈଳାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।