ଉତ୍କଳ ସମ୍ମିଳନୀ ତରଫରୁ ରାଧାନାଥ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା, ତା୨୮/୦୯: କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ତରଫରୁ ଉତ୍କଳ ସମ୍ମିଳନୀର ଜିଲ୍ଲାର ପ୍ରତିଷ୍ଠା ଦିବସ ଓ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରିଡିଂ ରୁମ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସମ୍ପାଦକ ଡଃ ବାସୁଦେବ ଦାସ ଜିଲ୍ଲ୍‌ା ସଂଗଠନର ପ୍ରତିଷ୍ଠା, ରୌପ୍ୟ ଜୟନ୍ତୀ ପାଳନ ଓ ରାଧାନାଥ ଜୟନ୍ତୀ ସମ୍ପର୍କରେ ସ୍ୱାଗତ ଭାଷଣ ଓ ବିବରଣୀ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କବି ଚାରୁଲତା ଭୂୟାଁ ଆବାହନୀ ସଙ୍ଗୀତ ଗାନ କରିଥିବା ବେଳେ ଆଦିକନ୍ଦ ରାଉଳ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ମୋହନ ଚରଣ ଜେନା ଯୋଗଦାନ କରି କହିଲେ ରାଧାନାଥ ରାୟ ଥିଲେ ଆଧୁନିକ କାବ୍ୟ ସାହିତ୍ୟର ସ୍ରଷ୍ଟା, ମୁଖ୍ୟବକ୍ତା ଭାବରେ ପ୍ରଧ୍ୟାପକ ଡଃ ସୁରେନ୍ଦ୍ର ଆଚାର୍ଯ୍ୟ ଯୋଗଦାନ କରି କହିଲେ ମଧ୍ୟ ଯୁଗ ସାହିତ୍ୟର ଅସ୍ତରାଗ ଏବଂ ଆଧୁନିକ ସାହିତ୍ୟ ପୂର୍ବ ରାଗରେ ଆବିର୍ଭାବ ହୁଏ କବିବର ରାଧାନାଥଙ୍କର ଓଡିଆ ଭାଷା ବଞ୍ôଚବ । ଯେତେବେଳେ ପ୍ରତ୍ୟେକ ଓଡିଆ ଓଡିଆ ଭାଷାକୁ ବ୍ୟବହାର କଲେ ଓଡିଆ ଭାଷା ବଞ୍ôଚବ । ଅନ୍ୟମାନଙ୍କ ମଧ୍ୟରେ ଶୁଭାଂଶୁ କୁମାର ଦାସ, ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାସ, ମେଜର ଭରତ ଚନ୍ଦ୍ର ଜେନା, ଦିବାକର ସାହୁ, ନାରାୟଣ ପତି, ସ୍ୱପ୍ନାଂଶୁ କୁମାର ଦାସ, କରୁଣା କର ଦାସ, ଅମରବର ରାଉତ, ରଞ୍ଜନ କୁମାର ବାଇ, ଚୈତନ୍ୟ ଚରଣ ମଲ୍ଲିକ, ଅଶୋକ କୁମାର ସାହୁ, ଗୟାଧର ଧଳ, ଅଜୟ କୁମାର ପାତ୍ର, ବସନ୍ତ କୁମାର ପରିଡା, ରଞ୍ଜନ କୁମାର ମଲିକ, ନିରଞ୍ଜନ ପରିଡା ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ଏଥିରେ ସରୋଜ କୁମାର ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading