କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଅବସର ପୂର୍ବରୁ ଫାଇନାଲ ପେନସନ କାଗଜପତ୍ର ସମାପ୍ତ


କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗର ସେକସନ ଅଫିସର ପଦରୁ ବ୍ରହ୍ମାନନ୍ଦ ସ୍ୱାଇଁ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରଥମ ସରକାରୀ କର୍ମଚାରୀ ଭାବେ ଶ୍ରୀ ସ୍ୱାଇଁଙ୍କର ଅବସର ପୂର୍ବରୁ ତାଙ୍କର ଫାଇନାଲ ପେନସନ କାଗଜପତ୍ର ଅନଲାଇନ୍‌ରେ ପଠାଇଦିଆଯାଇଛି । ଅବସର ନେବା ପରେ ସରକାରୀ କର୍ମଚାରୀମାନେ ପେନସନ ପାଇଁ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନିରାଶ ହେଉଥିବା ବେଳେ ଏହା କେନ୍ଦ୍ରାପଡା ଜିଲ୍ଲାରେ ପଥମ ଘଟଣା ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଶ୍ରୀ ସ୍ୱାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ତାଙ୍କର ପେନସନ କାର୍ଯ୍ୟ ସାରିଥିବାରୁ ରାଜ୍ୟ ସରକାରଙ୍କ ପେନସନ ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଭୂୟସୀ ପ୍ରଶଂସା କରାଯିବା ସହିତ ତାଙ୍କ ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଶ୍ରୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ସ୍ୱାଇଁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆବନ୍ଧ(ଭରତପୁର) ଗ୍ରାମର ସ୍ୱର୍ଗତ ପଞ୍ଚୁ ସ୍ୱାଇଁ ଓ ଶୁକ ସ୍ୱାଇଁଙ୍କ କୋଳ ମଣ୍ଡନ କରି ୧୯୬୩ମସିହା ସେପ୍ଟେମ୍ବରମାସ ୧୧ତାରିଖରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷା ସମାପ୍ତି ପରେ ଶ୍ୟାମସୁନ୍ଦରପୁର ଉଚ୍ଚ ବିଦ୍ୟାଳୟରେ କନିଷ୍ଠ କିରାଣୀ ଭାବରେ ଗତ ୧୯୮୩ ମସିହା ଜୁଲାଇ ୨୮ତାରିଖରେ ଯୋଗଦେଇ ୨୦୧୯ମସିହା ଅଗଷ୍ଠମାସ ୨୦ତାରିଖ ପର୍ଯ୍ୟନ୍ତ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୧.୦୮. ୨୦୧୯ରିଖରେ ବରିଷ୍ଠ କିରାଣୀ ଭାବରେ ଯୋଗଦେଇଥିଲେ । ଏହାପରେ ଗତ ଜୁଲାଇମାସରେ ସେକସନ ଅଫିସର ପଦକୁ ପଦୋନ୍ନତି ପାଇ ସେହି ଠାରେ ନିଷ୍ଠାର ସହିତ ନିଜ ଦାୟୀତ୍ୱ ସମ୍ପାଦନ କରି ଆଜି ସରକାରୀ ଚାକିରୀରୁ ସେ ଅବସର ଗ୍ରହଣ କରିଛନ୍ତି । ନିଜର କାର୍ଯ୍ୟଦକ୍ଷତା ଓ କାର୍ଯ୍ୟ କରିବାର ଶୈଳୀ ତାଙ୍କୁ ବେଶ ମାଲୁମ ଥିଲା । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ସହିତ ସୂଚନା ଅଧିକାର ଆଇନ ଭଳି ବିଭାଗକୁ ଅଚିରେ ସମାଧାନ କରିବାରେ ଶ୍ରୀ ସ୍ୱାଇଁ ସିଦ୍ଧହସ୍ତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading