ପଟ୍ଟାମୁଣ୍ଡାଇରେ ଏ ଡି ଜେ କୋର୍ଟ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି :ଆଇନମନ୍ତ୍ରୀ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ଖୋଲିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଆଜି ପବିତ୍ର ବିଧାନସଭା ଗୃହରେ ମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ସମେତ ରାଜନଗର ଆଳି ରାଜକନିକା ଅଂଚଳର ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ପ୍ରତିଷ୍ଠା କରିବା ଦିଗରେ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନର ଉତରରେ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କୋର୍ଟ ଖୋଲିବା ପାଇଁ ୨୦୧୯-୨୦ ବର୍ଷରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଏହି କୋର୍ଟ ପାଇଁ ଆବଶ୍ୟକ ପଦ ପଦବୀ ସୃଷ୍ଟି କରାଗଲା ପରେ ସରକାର କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ପବିତ୍ର ବିଧାନସଭା ଗୃହରେ ପ୍ରକାଶ କରିଛନ୍ତି ।


Next Post

ବତୀଘର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

Sun Oct 1 , 2023
କେନ୍ଦ୍ରାପଡା ୩୦/୯-ମହାକାଳପଡା ବିଧାୟକ ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବତୀଘର ପଞ୍ଚାୟତକୁ ମାରାଥନ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ପ୍ରଥମେ ବତୀଘର ପଞ୍ଚାୟତର ବିଦ୍ୟାସାଗର ପ୍ରାଥମିକ ବିଦ୍ୟାଳୟ ବରକୋଳି ଖଳାରେ କିଶୋର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ, ବରକୋଳି ଖଳାରେ ଥିବା ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିକରଣ […]

You May Like