କେନ୍ଦ୍ରାପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ପଦଯାତ୍ରା ଉଦ୍‌ଯାପିତ


କେନ୍ଦ୍ରାପଡ଼ା, ତା୧୧/୧୦: ଗତ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳ ପଦଯାତ୍ରା କାର୍ଯ୍ୟକ୍ରମ ଆଜି ଜୟପ୍ରକାଶ ନାରାୟଣ ଜୟନ୍ତିରେ ଶେଷ ହୋଇଛି । କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରାଙ୍କ ନେତୃତ୍ୱରେ ଆଗଧାଡିର ବିଜେଡି ନେତା ଓ କର୍ମୀମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦ୍ରାପଡା ସହର ତିନିମୂହାଣୀ ଛକ ସ୍ଥିତ କେନ୍ଦ୍ରାପଡା ଗାନ୍ଧୀ ପଦଯାତ୍ରା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପଦଯାତ୍ରା ବାହାରି ଦୁହୁରିଆ ଛକରେ ଉଦ୍‌ଯାପିତ ହୋଇଥିଲା । ଏହି ପଦଯାତ୍ରାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବିଧାୟକ ଶ୍ରୀ ବେହେରା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଥିବା ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷ କରି ବିଜୁ ସ୍ୱାସ୍ଥ୍ୟ ଯୋଜନା ରାଜ୍ୟବାସୀଙ୍କ ପାଇଁ ଏକ ଯୁଗାନ୍ତ କାରୀ ଯୋଜନା ବୋଲି କହିଥିଲେ । ଏହି ପଦଯାତ୍ରାରେ ବାଦ୍ୟ ଯନ୍ତ୍ର ସହିତ ଆଦିବାସୀ ବିଜେଡି ମହିଳାଙ୍କ ନୃତ୍ୟ ସାଙ୍ଗକୁ ପଥପ୍ରାନ୍ତ ସଭାରେ ବିଜେଡି ମହିଳା ଓ ପୁରୁଷ କର୍ମୀଙ୍କ ନବୀନ ନବୀନ ଗୀତରେ ନୃତ୍ୟ ପଦଯାତ୍ରାକୁ ରଙ୍ଗୀନ କରିଥିଲା । ଏହି ପଦଯାତ୍ରାରେ ନଗରପାଳ ସରୀତା ସାହୁ, ଉପ ନଗରପାଳ ଅକ୍ତରୀ ବେଗମ, କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମୀତା ସେଠୀ, ଉପାଧ୍ୟକ୍ଷା ପ୍ରତାପ ମହାପାତ୍ର, ଜିଲ୍ଲା ବିଜେଡି ଉପସଭାପତି ଦେବଦାସ ମହାନ୍ତି, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ରୋସନା ସାହୁ, କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, କେନ୍ଦ୍ରାପଡା ବ୍ଲକ ବିଜେଡି ମହିଳା ସଭାପତି ସୁମିତ୍ରା ପାଢି,ପୂର୍ବତନ ନଗରପାଳ ଧିରେନ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ମହାନ୍ତି, ଦୁର୍ଗାଶୀଷ ମହାନ୍ତି,ହିରଣ୍ୟ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ, ଲିଲିତା ଦାସ, ପ୍ରିୟଦର୍ଶିନୀ ତରାଇ, ମଧୁଛନ୍ଦା ମହାନ୍ତି, ଉର୍ମିଳା ମହାନ୍ତି, ପୌରସଭ୍ୟ ଉମେଶ ନାୟକ, ନିରାକାର ସ୍ୱାଇଁ, ଚୌଧୁରୀ ସୁକୁମାର ଦାସ, ପ୍ରଭାଶୀଷ ପଣ୍ଡା, ସେକ ଚନ୍ଦନ, ପ୍ରକାଶ ପରିଡା, ସବିତା ସାହୁ, ରକିବୁର ରହେମନ, ଜୟପ୍ରକାଶ ଗିରି, ଅଶ୍ୱିନୀ ପାତ୍ର, ଲୋପମୁଦ୍ରା ବାରିକ ପ୍ରମୁଖ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading