ଚାଷୀଙ୍କୁ ସାର ଚିନ୍ତା , ଚଢ଼ା ଦରରେ କିଣୁଛନ୍ତି କଳାବଜାରୁ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ଡିଏପି ସାରର ଆବଶ୍ୟକତା ହେଉଛି । ପ୍ରଥମିକ ସମବାୟ ସମିତି (ସୋସାଇଟ୍‌)ମାନଙ୍କରେ ସାର ମିଳୁ ନଥିବା ବେଳେ ବଜାର ଡିଲରମାନଙ୍କ ପାଖରେ ଅଧିକ ପରିମାଣର ସାର ମିଳୁଛି । ଫଳରେ ଚାଷୀମାନେ ବାଧ୍ୟ ହୋଇ ଘରୋଇ ସାର ଡିଲରମାନଙ୍କଠାରୁ ଚଢା ଦରରେ ଅପମିଶ୍ରୀତସାର କିଣି ଚଷୀ କ୍ଷତିଗ୍ରସ୍ତ ହେଉଥିବା ଓଡିଶା କୃଷକ ସଭା ପଟ୍ଟାମୁଣ୍ଡାଇ ପକ୍ଷରୁ ଅଭିଯୋଗ କରିଛନ୍ତି ।

ଓଡିଶା କୃଷକ ସଭା ଜିଲ୍ଲା ସମ୍ପାଦକ ବିଜୟ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ସଂପାଦକ ସହଦେବ ଦାସ, ଗୁଣମଣି ବେହେରା, ଦାଶରଥୀ ସାହୁ, ସୁରେନ୍ଦ୍ର ପରିଡା, ପ୍ରତାପ ନାୟକ, ଲକ୍ଷ୍ମଣ ପ୍ରଧାନ, ଶିଶିର ଓଝା, ଅନ୍ତର୍ଯ୍ୟାମି ସ୍ୱାଇଁ, ହରେକୃଷ୍ଣ ବାରିକ, ଭିମସେନ ବେହେରା, ରବିନ୍ଦ୍ର ମଳିକ, ସୁଦର୍ଶନ ମଳିକ ଓ ମାନସ ବେହେରା ପ୍ରମୁଖ କହିଛନ୍ତି ଚାଷୀମାନେ ଯେମିତି ସୁବିଧାରେ ସାର ପାଇବେ ସେଥିପାଇଁ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ହେଲେ, ସାରର ଚାହିଦାକୁ ଦେଖି ଦଲାଲ ମାନେ ସକ୍ରିୟ ହେବା ସହ ଚଢ଼ା ଦାମରେ ବିକ୍ରି କରୁଛନ୍ତି । ଚାଷ ତରତର ବଣିଜ ମଠ ଉକ୍ତିକୁ ନେଇ ଚାଷୀ ଏବେ ସାର ପାଇଁ ବ୍ୟକୂଳ ହେଉଥିବା ବେଳେ ସାର କଳାବଜାରୀ ମାନେ ନିରିହ ଚାଷୀଙ୍କୁ ଠକି ଚାଲିଛନ୍ତି । ସରକାରୀ ପଞିକୃତ ଡିିଲର ସାର ନବିକି ଲୁଚାଛପାରେ ଗାଁ ଗହଳି ଦୋକାନରେଦୁଇଗୁଣା ଦାମରେ ସାର ବିକ୍ରି ହେଉଛି । ଚାଷୀ ଚଢ଼ା ଦରରେ ସାର କିଣି ଶୋଷଣ ହେଉଛନ୍ତି । ସେପଟେ ସୋସାଇଟି କହୁଛି ସାର ନାହିଁ । ଏଭଳି ସ୍ଥିତିରେ ଚାଷୀ ବା ଆଉ କଣ କରିବ । ବାଧ୍ୟ ହୋଇ ବାହାର ବଜାରରୁ କଳାବଜାରୀରେ ମିଳୁଥିବା ସାରକୁ ଚଢ଼ା ଦାମ୍‌ରେ କିଣୁଛି । ପଟ୍ଟାମୁଣ୍ଡାଇ ଅଂଚଳରେ ବିଭିନ୍ନ ସୋସାଇଟିର ଗୋଦାମ୍ ଅଛି, ହେଲେ ଭିତର ଖାଲି । ସାରର ଏଭଳି ସଙ୍କଟଜନକ ସ୍ଥିତିରେ ଚାଷୀ ଗତି କରୁଛି । ୟୁରିଆ ସାର କିଣିବାକୁ ଗଲେ ଦୋକାନୀ ଅନ୍ୟ ୟୁରିଆ ସାର ସହ ଏକ ଫର୍ଟିଫାଏଡ୍ ସାର ପ୍ୟାକେଟ୍ ନେବାକୁ ବାଧ୍ୟ କରୁଛନ୍ତି । ସାର ଦୋକାନୀ ମାନେ ନିଜର ମନମାନି କରୁଛନ୍ତି । ଏଭଳି ସ୍ଥିତିରେ ସୋସାଇଟି ସମ୍ପାଦକ ବି ହାତ ଟେକି ଦେଉଛନ୍ତି । ଚାଷୀମାନଙ୍କ ଆବଶ୍ୟକ ସମୟରେ ସୋସାଇଟିକୁ ସାର ଯୋଗାଣ ହୋଇନାହିଁ । ବର୍ତମାନ ଯେଉଁ କେତେକ ସୋସାଇଟ ସାର ଉଠାଇଥିଲେ ସେଥିରୁ ଅଧିକାଂଶ ସୋସାଇଟିରେ ସାର ସରିଗଲାଣି । ସେମାନେ ମଧ୍ୟ ରିସ୍କ ନେଇ ଆଉ ସାର ଆଣିବା ପାଇଁ ଆଗ୍ରହ ହେଉନାହାନ୍ତି । ଏପରି ସ୍ଥଳେ ୟୁରିଆ ସାରର ମୂଲ୍ୟ ୨୬୬ ଟଙ୍କା ଧାର୍ଯ୍ୟ ଥିବାବେଳେ ୫୨୦ ଟଙ୍କାରେ ଦୋକାନୀମାନେ ବିକ୍ରି କରୁଛି । ସେହିପରି ଗ୍ରୋମର ସାର ୧୭୫୦ ଏବଂ ଡିଏପି ସାର ୧୬୫୦ ଟଙ୍କାରେ ଘରୋଇ ଦୋକାନୀମାନେ ବିକି ଚାଷୀଙ୍କୁ ଠକୁଛନ୍ତି । ତାହା ପୁଣି ବ୍ୟାପକ ଅପମିଶ୍ରୀତ କଳାବଜାରୀ ସାର ବିକ୍ରୀ ହେଉଛି । ଏଣୁ ସମସ୍ତ ଚାଷୀଙ୍କୁ ସରକାରୀ ଦରରେ ସାର ଯୋଗାଇବା ସହ ଏହାର କଳାବଜାରି ଓ ଅପମିଶ୍ରୀତ ରୋକିବାକୁ କେନ୍ଦ୍ରାପଡା ଜିଲ୍ଲା ଓଡିଶା କୃଷକ ସଭା ପକ୍ଷରୁ ଦାବି ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading