ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ପୂଜା ମଣ୍ଡପ ଉଦଘାଟିତ


କେନ୍ଦ୍ରାପଡ଼ା, ୨୯ା୧୦ : ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ଦ୍ୱାରା ଦୁହୁରିଆ ଆଇନ କଲେଜ ଛକସ୍ଥିତ ସଦଭାବନା କ୍ଲବର ମଣ୍ଡପ ଓ ତୋରଣକୁ ଉଦଘାଟନ କରିଛନ୍ତି । ଏଥିସହିତ ଚଳିତ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ କ୍ଲବର କର୍ମକର୍ତ୍ତା ଓ ସାଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର ପତ୍ନୀ ଓ କୁନିଝିଅଙ୍କ ସହିତ ସଦଭାବନା ପୂଜା ମଣ୍ଡପରେ ପହଞ୍ଚିବା ପରେ କ୍ଲବର କର୍ମକର୍ତ୍ତା ଉ ସଦସ୍ୟମାନେ ତାଙ୍କୁ ପାଛୋଟି ନେଇଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କରଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading