ସାରା ସହର ପୋଲିସ ଛାଉଣୀ ଥିବା ବେଳେ,ଜୟୀପୁରାରୁ ଚୋରୀ


କେନ୍ଦ୍ରାପଡ଼ା, ୩୦ା୧୦ : ସାରା କେନ୍ଦ୍ରାପଡା ସହର ପୋଲିସ ଛାଉଣୀରେ ଭର୍ତ୍ତି ହୋଇଥିବା ବେଳେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଜୟୀପୁରାରୁ ୧୨ଲକ୍ଷରୁ ଅଧିକ ପରିମାଣର ସାମଗ୍ରୀ ଓ ନଗଦ ଅର୍ଥ ଚୋରୀ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ସେକ ସାହାଜୁଦ୍ଦିନ ଦୁଇ ଦିନ ହେବ ସପରିବାର କଟକ ଯାଇଥିବା ବେଳେ ତାଙ୍କ ଘର ବାହାରୁ ଲକ ଥିଲା । ଏହାର ସୁଯୋଗ ନେଇ କୈାଣସି ଦୁର୍ବୁତ ରବିବାର ରାତିରେ ଗେଟ ତାଲା ଭାଙ୍ଗି ତାଙ୍କ ଘର ଭିତରେ ପଶି ଗଦରେଜ ଆଲମିରା ଭାଙ୍ଗିବା ସହ ସେହି ଆଲମିରା ଭିତରେ ଥିବା ନଗଦ ୨୦ହଜାର ଟଙ୍କା ଓ ୩ଟି ସୁନାହାର ଏବଂ ଅନ୍ୟାନ୍ୟ ଅଳଙ୍କାର ସମେତ ପ୍ରାୟ ୧୨ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ଘରେ କାମ କରୁଥିବା ଜନୈକ ମହିଳା ଆଜି ସକାଳୁ ସେଠାକୁ ଯାଇଥିବା ବେଳେ ଗେଟ ତାଲା ଭଙ୍ଗା ଯାଇଥିବା ଦେଖି ସେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲା । ଏସମ୍ପର୍କରେ ଖବର ପାଇ ସେହି ଗ୍ରାମର ସେକ ସାହାଜୁଦ୍ଦିନଙ୍କ ଜ୍ୱାଇଁ ମୀର୍ଜା ବେଗ ରୋସନ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଡଗ ସ୍କ୍ୱାର୍ଡ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କ ଠାରୁ ଜଣାପଡିଛି ।


Next Post

ଗାଁ ଠୁ ସହର ଚାଲିଛି ଅବାଧରେ ଚୋରା ନିଶା କାରବାର

Tue Oct 31 , 2023
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ଚୋରା ନିଶା କାରବାର ବଢ଼ି ଚାଲିଛି । ସହରରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଛାତ୍ରୀଛାତ୍ରଙ୍କଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଁଏ ଏଥିଯୋଗୁ ପ୍ରଭାବିତ ହେଉଛନ୍ତି । ଏନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଇନଜିବୀ ସୌମ୍ୟରଞନ ଧଳ କୁହନ୍ତି ଖୋଦ ଅବକାରୀ କାର୍ଯ୍ୟାଳୟ ନିକଟରେ ସନ୍ଧ୍ୟା ହେଲେ ଖୁଲମଖୁଲା ମଦ ଆସର ଜମୁଛି । ଏହାଦ୍ୱାରା ଏହି […]

You May Like