ଅନ୍ଧାରରେ ଆଲୋକିକରଣ :୯ ଲକ୍ଷ ପାଣିରେ ପଡିଲା


 

  •  ଲୋକମାନଙ୍କ ନୈତିକତାକୁ ନେଇ ପ୍ରଶ୍ନ
୨୦୨୧ ଉଡଘାଟନ ବେଳର ଫୋଟୋ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତଥା କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀରେ ଥିବା ଧୋୟାଚଂଳର ପ୍ରବେଶ ଦ୍ୱାର କୁହାଯାଉଥିବା ବ୍ରହ୍ମଣୀ ସେତୁକୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଆଲୋକି କରଣ ବ୍ୟବସ୍ଥା ହୋଇଥିବା ବେଳେ ଏବେ ଲୋକେ ଅନ୍ଧାରରେ ଯିବାଆସିବା କରୁଛନ୍ତି । ତେବେ ଏତେ ଟଙ୍କା ଖର୍ଚ୍ଚ ପରେ ଆଲୋକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆ ନଯିବା ଏବଂ ସମସ୍ତ ସୌରଚାଳିତ ଲାଇଟ୍ ଚୋରି ହୋଇଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।

୨୦୨୧ ଉଡଘାଟନ ବେଳର ଫୋଟୋ

ସାମାଜିକ କର୍ମୀ ଚିତରଞନ ମଲ୍ଲିକ କୁହନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଚଂଳ ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଢରା, ଅମୃତମଣୋହି, ବଲୁରିଆ ପ୍ରଭୃତି ୭ଟି ପଚାଂୟତକୁ ସଂଯୋଗ କରୁଥିବା ନାହିଆଡିଆ ବ୍ରାହ୍ମଣୀ ବ୍ରିଜ ଉପରେ ଆଲୋକି କରଣ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା । ଏନେଇ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନମନ୍ତ୍ରୀ ଶଶୀଭୂଷଣ ବେହେରା ବିଧାୟକ ଆଂଚଳିକ ପଣ୍ଠିରୁ ୯ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ୨୦୨୧ ଅକ୍ଟୋବର ୯ ତାରିଖରେ ସୌର ଚାଳିତ ଆଲୋକୀକରଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରି ଉଦଘାଟନ କରିଥିଲେ । ମାତ୍ର ଉଦଘାଟନର ପ୍ରାୟ ଏକ ବର୍ଷ ମଧ୍ୟରେ ସେତୁରେ ଗୋଟିଏ ବି ଲାଇଟ ନଥିବା ଦେଖିବାକୁ ମିଳୁଛି । ପୋଲର ଗୋଟିଏ ହେଲେ ଲାଇଟ ଜଳୁ ନଥିବା ବେଳେ ରାତିରେ ଯାତାୟତ କରୁଥିବା ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଧୋୟାଂଚଳ ଅଳପୁଆ ଗ୍ରାମର ନରେନ୍ଦ୍ର ଧଳ କୁହନ୍ତି ଏହି ନାହିଆଡିଆ ବ୍ରାହ୍ମଣୀ ସେତୁ ଉପରେ କେନ୍ଦ୍ରାପଡା ଜିଲା ସମେତ ପଡୋଶୀ ଯାଜପୁର, ଭଦ୍ରକ ଜିଲାର ଲୋକମାନେ ନିର୍ଭର କରିଥାନ୍ତି । ଏହି ସେତୁ ଦେଇ ଦୈନିକ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଯାନବାହନ ଯିବା ଆସିବା କରୁଛି । ଦୁଇବର୍ଷ ପୂର୍ବରୁ ଏହି ସେତୁର ଆଲୋକୀକରଣ କରାଯାଇଥିଲା । ବର୍ତମାନ ଗୋଟିଏ ବି ଲାଇଟ କି ପୋଲ ନ ଥିବା ଦେଖିବାକୁ ମିଳିଛି । ବିଭାଗ ପକ୍ଷରୁ ଦୃଷ୍ଟି ଦିଆ ନ ଯିବା ହେତୁ ସମସ୍ତ ଲାଇଟ ଚୋରି ହେବା ବିଡମ୍ବନାର ବିଷୟ ବୋଲି ମତ ପ୍ରକାଶ ପାଇଛି । ଯଥାଶୀଘ୍ର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

ଏନେଇ ବିଧାୟକ ଶଶୀଭୁଷଣ ବେହେରା କହିଛନ୍ତି ନାହିଆଡିଆ ସେତୁରେ ଆଲୋକି କରଣ ହେବା ପରେ ଧୋୟାଂଚଳ ୭ ପଂଚାୟତର ଲୋକଙ୍କ ମଧ୍ୟରେ ଖୁସିିର ଲହରି ଖେଳିଯାଇଥିଲା । ସେହି ପୋଲ ଏକ ସୁନ୍ଦର ଛୋଟ ସହର ଭଳି ଦୃଶ୍ୟମାନ ହେଉଥିଲା । ମାତ୍ର କିଛି ଦିନ ଭିତରେ ସବୁ ଲାଇଟ ସହିତ ପୋଲ ଚୋରି ହୋଇ ଯାଇଛି । ଲୋକମାନଙ୍କ ମଧ୍ୟରେ ଦିନକୁ ଦିନ ସାମାଜିକ ଦାଇତ୍ୱ ଓ ନୈତିକତା ଲୋପ ପାଇଲାଣି । ନିଜ ସୁବିଧାକୁ ନିଜେ ହାତଛଡା କରୁଛନ୍ତି ବୋଲି କହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading