ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ପାଇଁ ତୃତୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ମାସ ୧୬ ଓ ୧୭ ତାରିଖରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜନ ହେବ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ । ସମୁଦାୟ ୩୦ଟି ଷ୍ଟଲ୍ କରିବାକୁ ଚୂଡ଼ାନ୍ତ ହୋଇଛି । ସକାଳ ୮ଟା ୩୦ରୁ ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ସ୍ଥିର ହୋଇଥିବା ବେଳେ ଅପରାହ୍ଣରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିମୋହିତ ହେବେ ଦର୍ଶକ । ପ୍ରତ୍ୟେକ ଦିନ ସଭାକାର୍ଯ୍ୟ ହେବା ସହ ବୈଜ୍ଞାନିକ ଚାଷୀ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଚାଷୀଙ୍କ ମନରେ ଥିବା ପ୍ରଶ୍ନର ସିଧା ସଳଖ ଉତ୍ତର ରଖିବେ ବିଶେଷଜ୍ଞ । ଏହା ଫଳରେ ଜିଲ୍ଲାରେ କୃଷି, ଗୋପାଳନ ଓ ମତ୍ସ୍ୟ ଚାଷ ପାଇଁ ଲୋକେ ମନ ବଳାଇବେ ବୋଲି ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିିତ୍ସା ଅଧିକାରୀ ଡା. ଦୀପ୍ତି ମହାପାତ୍ର କହିଛନ୍ତି । ଜିଲ୍ଲାର ୮ଜଣ ମୁଖ୍ୟ ଚାଷୀଙ୍କୁ ଏହି ଅବସରରେ ସମ୍ମାନୀତ କରାଯିବ । ଏହା ସହ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ । ଏହି ବୈଠକରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅରବିନ୍ଦ ଦାସ, ନାବାର୍ଡ଼ର ଡିଜିଏମ୍ ଅଶୋକ କୁମାର ଆଚାର୍ଯ୍ୟ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଏଡିଭିଓ(ପ୍ରାଣୀ ମଙ୍ଗଳ) ଡା ପ୍ରଭଞ୍ଜନ ରଞ୍ଜନ କବି, ଓମ୍‌ଫେଡ୍‌ର ମ୍ୟାନେଜର୍ ଲଳିତ୍ କୁମାର ବିଷୋଇ, ଅତିରିକ୍ତ ଜିଲ୍ଲା ମୃତିକା ସଂରକ୍ଷଣ ଅଧିକାରୀ ଅଶୋକ କୁମାର ସାମଲ, ଏଡିଏଚ୍ ଦେବଦାସ ଦତ, ଉପଖଣ୍ଡ ପ୍ରାଣୀ ଚିକିିତ୍ସା ଅଧିକାରୀ ଡା ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ, ସହକାରୀ ଯନ୍ତ୍ରୀ ରମଣ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଓର୍‌ମାସ୍‌ର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀରୋଦ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading