ରାଜଶ୍ରୀର ମନୋଜ୍ଞ ଆକାଶୀୟ ଆଲୋଚନା ଚକ୍ର, ଇପତ୍ରିକା “ରାଜଶ୍ରୀ’ ଅକ୍ଟୋବର ସଂଖ୍ୟା ଉନ୍ମୋଚନ ଏବଂ କବିତା ପାଠୋତ୍ସବ


କେନ୍ଦ୍ରାପଡା – ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ଗତ ସୋମବାର ଦିନ ଆବାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତର୍ରେ ମାସିକ ରାଜଶ୍ରୀ “ଇ’ ପତ୍ରିକାର ଅକ୍ଟୋବର ସଂଖ୍ୟା ପୂଜା ବିଶେଷାଙ୍କ “ରାଜଶ୍ରୀ’ କୁ ବିଶିଷ୍ଟ ଶିକ୍ଷାବିତ୍ ତଥା ରକ୍ ପେବ୍ଲେସର ସମ୍ପାଦକ ଡ ଉଦୟନାଥ ମାଝି ଉନ୍ମୋଚନ କରିଥିଲେ । ଇ ପତ୍ରିକାର ମୁଖ୍ୟ ସମ୍ପାଦକ ବରିଷ୍ଠ କବି ସଞ୍ଜୟ କୁମାର ରଥଙ୍କ ବଳିଷ୍ଠ ସମ୍ପାଦନା ଏବଂ ସଂଯୋଜିକା କବି ସୁପ୍ରିୟା ସାହୁଙ୍କ ଅଳଙ୍କରଣରେ ପତ୍ରିକାଟି ଲୋକାର୍ପର୍ିତ ହୋଇଥିଲା । ବ୍ୟାସକବି ସାହିତ୍ୟ ସଂସଦର ସଭାପତି କବି ବିପିନ ବିହାରୀ ବାରିକ ମୁଖ୍ୟ ଅତିଥି, ଭାଷ୍ୟକାର ଅନାଦି ଚରଣ ମାହାଳି ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସୁନାମଧନ୍ୟ କବି ଡ. ନିର୍ମଳ କୁମାର ନାୟକ, ନାଟ୍ୟକାର ଡ. ରମାକାନ୍ତ ନାୟକ ଏବଂ କବି ପ୍ରକାଶ କୁମାର ମିଶ୍ର ପ୍ରମୂଖ “ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାରରେ ରାଜଶ୍ରୀର ମହତ୍ତ୍ୱପୂର୍ଣ୍ଣ ଭୂମିକା’ ଓ ଇପତ୍ରିକାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବଂ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚାଳନରେ ପରିଚାଳିତ ସଭାରେ କବି ରତିନାରାୟଣ ରାଉତ ବେଦପାଠ, କବି ହେମନ୍ତ କୁମାର ସାହୁ ପ୍ରାରମ୍ଭିକ ସଂଗୀତ, କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଶ୍ରୀ ବରାଳ ସ୍ୱାଗତ ଭାଷଣ ଏବଂ ଉପସଭାପତି କବି ବାଣୀଶ୍ରୀ ସସ୍ମିତା ପଣ୍ଡା ପତ୍ରିକାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ସହସମ୍ପାଦିକା କବି ସୁପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଇତ୍ୟବସରରେ କବିସୌରଭ ରଞ୍ଜନ କୁମାର ମହାନ୍ତି ଏବଂ କବି ହୃଦୟ ରଞ୍ଜନ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ପ୍ରତାପ କିଶୋର ରାଉତ, କବି ନିକୁଞ୍ଜ ବିହାରୀ ଘୋଷ, କବି ବାବାଜୀ ଚରଣ ଦାସ, କବି ମୋନାଲିସା ସିଂହ, କବି ନିରୂପମା ପାଣି, କବି ବନଲକ୍ଷ୍ମୀ ମହାନ୍ତି, କବି ବ୍ରଜସୁନ୍ଦର ସାହୁ, କବି ଶୋଭାମୟୀ ପତ୍ରୀ, କବି ସନ୍ନିଭା ମିଶ୍ର ଦାଶ, କବି ରଶ୍ମିତା ନାୟକ, ଗୀତିକାର ଗୀତାଞ୍ଜଳିସାହୁ , କବି ଜ୍ୟୋତ୍ସ୍ନାରାଣୀ ସୂତାର, କବି ସୁଭଦ୍ରା ମହାପାତ୍ର , କବି ରାଜକିଶୋର ମୁଣ୍ଡି, କବି ଡ. ପ୍ରଦୀପ କୁମାର ପଣ୍ଡା, କବି ଧନେଶ୍ୱର ସେଠୀ, କବି ନଗେନ୍ଦ୍ର କୁମାର ରାଉତ, କବି ମନୋଜ କୁମାର ଦାସଙ୍କ ସମେତ ତିରିଶ ଜଣରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading