ପୁତୁରା ଶବସତ୍କାର ବେଳେ ବଡବାପା ହୁଦଘାତରେ ମୃତ


ମଣିଷ ଜୀବନରେ  ମୃତ୍ୟୁ କେତେବେଳେ ଓ କେମିତି ଆସେ ତାହା କେହି କହିପାରିବେନି। ଏମିତି ଏକ ମୃତ୍ୟୁ ମଣିଷ  ଜୀବନରେ ଘଟିଛି ଯେ ପୁତୁରାର ଶବ ସତ୍କାର କରିବାକୁ ଯାଇ ବଡବାପାର  ହୁଦଘାତରେ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଶୋକର ଛାୟା ଖେଳାଇ ଦେଇଛି ।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବାଲିଝାରୀ ଗ୍ରାମର ଗଗନବିହାରୀ ମହାନ୍ତିଙ୍କ ଏକମାତ୍ର ପୁଅ ରୁଦ୍ର ପ୍ରସାଦ ମହାନ୍ତି (୨୪) କୋରାପୁଟରେ ପିଉସୀ ମା ଘରେ ରହି ବିଏସି ପଢୁଥିଲେ । ଗତ ୧୫ତାରିଖ ଦିନ କୋରାପୁଟ-ଜୟପୁର ମଧ୍ୟରେ ରେଳ ଧାରଣରୁ ଦୁଇଜଣ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହା ହତ୍ୟା ନାଁ ଆତ୍ମହତ୍ୟା ସନ୍ଦେହ ହେବାରୁ ଜିଆରପି ପକ୍ଷରୁ ୧୬/୨୩ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଛି । ପରେ ସେମାନଙ୍କ ଶବ ନିକଟରୁ ମିଳିଥିବା ମନିପର୍ସ ଓ ଏଟିଏମ କାର୍ଡରୁ ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁର ରୁଦ୍ର ପ୍ରସାଦ ମହାନ୍ତି ବୋଲି ଚିହ୍ନଟ କରାଯାଇଥିଲା ।ଏଥିନେଇ ଜିଆର ପୋଲିସ ପଟ୍ଟାମୁଣ୍ଡାଇ ଘରକୁ ଖବର ଦେଇଥିଲେ । ପୁଅର ମୃତ ଖବର ପାଇ ପଟ୍ଟାମୁଣ୍ଡାଇ ଏକ ଗାଡ଼ିରେ ରୁଦ୍ରର ବାପା, ବଡ଼ବାପା, ଦାଦା ଓ ଗ୍ରାମରୁ କିଛି ବ୍ୟକ୍ତି ସେଠାକୁ ଯାଇଥିଲେ । ଶବ ବ୍ୟବଚ୍ଛେଦ ପରେ ପୁରୀ ସ୍ୱର୍ଗଦ୍ୱାରକୁ ସଂସ୍କାର ପାଇଁ ଅଣାଯାଇଥିଲା । ପରିବାର ଲୋକେ ସେହି ଶବ ସତ୍କାରରେ ଯୋଗଦେବା ପାଇଁ ପୁରୀରେ ପହଂଚିଥିଲେ । ରୁଦ୍ରର ଶବ ସତ୍କାର କରାଯାଇଥିଲା । ସତ୍କାର ପରେ ସମସ୍ତେ ସମୁଦ୍ରରୁ ପାଣି ଛିଚିଂ ହୋଇ ଉପରକୁ ଉଠିବା ମାତ୍ରେ ରୁଦ୍ରର ବଡବାପା ତ୍ରୈଲୋକ୍ୟ ମହାନ୍ତି ହୃଦଘାତର ଶିକାର ହୋଇ ଟଳି ପଡିଥିଲେ । ପୁରୀ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁତୁରାର ଶବ ସତ୍କାର କରିବାକୁ ଯାଇ ବଡବାପା ଶବ ପାଲଟି ଯାଇଥିଲେ ।ଏଭଳି ଦୁଃଖଦ ଖବର ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।


Next Post

ପୁନର୍ବାସ ପକ୍ଷରୁ ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କ ବାକ୍ ଓ ଶ୍ରବଣ ପରୀକ୍ଷା ଶିବିର

Sat Nov 18 , 2023
ସାଧାରଣତଃ ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନେ ବାକ୍ ଓ ଶ୍ରବଣ ଶକ୍ତି ବାଧିତ ହୋଇଥିବାର ପରିଲଖିତ ହୁଏ । ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ଦ୍ୱାରା ଏହି ସ୍ୱତନ୍ତ୍ର ଶିଶୁମାନଙ୍କୁ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ନିଃସୁଳ୍କ ଫିଜିଓଥେରାପି ସହିତ ସ୍ପିଚ୍‌ଥେରାପିର ସୁବିଧା ପ୍ରଦାନ କରାଯାଇ ଆସୁଅଛି । ଏହି ଶିଶୁମାନଙ୍କର ଏକ ସ୍ୱତନ୍ତ୍ର ବାକ୍ ଓ ଶ୍ରବଣ ପରୀକ୍ଷା ଶିବିର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର […]

You May Like