ଡବ୍ଲ୍ୟୁ ଟି ଆଇ ପକ୍ଷରୁ କୁମ୍ଭୀର ଆକ୍ରମଣ ନେଇ ସର୍ଭେ


କୁମ୍ଭୀର ଆକ୍ରମଣରେ ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡବ୍ଲ୍ୟଟିଆଇ) ପକ୍ଷରୁ ବିଗତ ବର୍ଷମାନଙ୍କ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ସମ୍ପର୍କରେ ସର୍ଭେ କରାଯିବା ସହିତ ଏ ଦିଗରେ ସୁରକ୍ଷିତ ରହିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଡ଼ବ୍ଲ୍ୟୁଟିଆଇ ପ୍ରକଳ୍ପ ମୁଖ୍ୟ ରୁତିକା ନାଥ ଓ ଡ଼ ବିଶ୍ୱଜିତ ପଣ୍ଡାଙ୍କ ମାର୍ଗଦର୍ଶନଙ୍କ ନେତୃତ୍ୱରେ ରାଜେଶ ମହାରଣା, କାହ୍ନା ନାୟକ ପ୍ରମୁଖ ପଟ୍ଟାମୁଣ୍ଡାଇ ବ୍ଲକର କୁମ୍ଭୀର ଉପଦୃତ ନୀଳକଣ୍ଠପୁର, ଜଗନ୍ନାଥପୁର, ମଣ୍ଡପଡ଼ା ଆଦି ବିଭିନ୍ନ ଗ୍ରାମକୁ ଯାଇ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ପରିବାରକୁ ଭେଟି କୁମ୍ଭୀର ଆକ୍ରମଣର ବିଭିନ୍ନ ଦିଗ ଓ ସୁରକ୍ଷା ତଥା ସତର୍କତା ଉପରେ ଆଲୋଚନା କରିଥିଲେ । ଏହି ଟିମ କୁମ୍ଭୀର ଆକ୍ରମଣରେ ୨୦୧୯ ମସିହାରେ ମୃତ୍ୟୁବରଣ କରିଥିବା ନୀଳକଣ୍ଠପୁରର ଚନ୍ଦନ ଦେଙ୍କ ପରିବାରକୁ ଭେଟି ସବିଶେଷ ତଥ୍ୟ ହାସଲ କରିଥିଲେ । କୁମ୍ଭୀର ଆକ୍ରମଣ ନେଇ ସର୍ଭେ କରିଥିବା ଏହି ସଂସ୍ଥା ଏହାର ସୁରକ୍ଷା ଓ ନିରାକରଣ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦେବାର କାର୍ଯ୍ୟକ୍ରମ ରହିଛି । ସଂସ୍ଥାର ଏହି କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି । ଆଗାମୀଦିନରେ ପଟ୍ଟାମୁଣ୍ଡାଇ, ରାଜନଗର, ଆଳି, ରାଜକନିକା ଆଦି ଜିଲ୍ଲାର ବିଭିନ୍ନ ବ୍ଲକରେ ସର୍ଭେ ଓ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରକଳ୍ପ ମୁଖ୍ୟ ରୁତିକା ନାଥ ସୂଚନା ଦେଇଛନ୍ତି ।ସମ୍ପ୍ରତି ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ନଦୀ ଓ କେନାଲ ମାନଙ୍କରେ କୁମ୍ଭୀର ଉପଦ୍ର୍ୱ ଦେଖିବାକୁ ମିଳିଛି । କୁମ୍ଭୀର ଆକ୍ରମଣରେ ଚଳିତବର୍ଷ ପଟ୍ଟାମୁଣ୍ଡାଇ ବ୍ଲକରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ସତେ ଯେମିତି ମଣିଷ କୁମ୍ଭୀର ମଧ୍ୟରେ ଲଢେଇ ଆରମ୍ଭ ହୋଇଛି । ସାଧାରଣ ଜନତାଙ୍କ ସୁରକ୍ଷା ବିପନ୍ନ ହୋଇଥିବାରୁ ଲୋକମାନେ ନଦୀ ମଧ୍ୟକୁ ଯିବାକୁ ଭୟ କରିଛନ୍ତି । କୁମ୍ଭୀର ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ବନବିଭାଗର ସମସ୍ତ ଉଦ୍ୟମ ଫଳପ୍ରଦ ହୋଇପାରୁନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।


Discover more from

Subscribe now to keep reading and get access to the full archive.

Continue reading