ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ସୁଦୃଢ ଶିକ୍ଷା ବ୍ୟବସ୍ଥା, ଦୀର୍ଘସ୍ଥାୟୀ ବିକାଶ ଓ ବିକଶିତ ଯୁବଶକ୍ତି ନବୀନ ଓଡିଶାର ଏକମାତ୍ର ଲକ୍ଷ୍ୟ ବୋଲି ରାଜ୍ୟ ସରକାରଙ୍କ ନୂଆ -ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ପକ୍ଷରୁ ମିଳିତ ଭାବେ ଆୟୋଜିତ ସ୍ୱତନ୍ତ୍ର ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।

ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ବିଧାୟକ ଶ୍ରୀସାହୁ କହିଲେ ଶିକ୍ଷା ବିନା ବିକାଶ ମୂଲ୍ୟହୀନ । ଆସନ୍ତାକାଲିର ସୁଦୃଢ ସମୃଦ୍ଧ ନବୀନ ଓଡିଶା ଗଠନ ପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଯୁବଶକ୍ତିର ପୂର୍ଣ୍ଣ ବିନିଯୋଗର ଆବଶ୍ୟକତା ରହିଛି । ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ଥିବା ପଟ୍ଟାମୁଣ୍ଡାଇ କଲେଜ ବିଭିନ୍ନ ବାବଦରେ ପ୍ରାୟ ୭କୋଟି ଟଙ୍କା ପର୍ଯ୍ୟାପ୍ତ ସରକାରୀ ଅନୁଦାନ ପାଇବା ପରେ ପଟ୍ଟାମୁଣ୍ଡାଇ କଲେଜର ନବକଳେବର ହୋଇଛି । ଛାତ୍ରଛାତ୍ରୀ ଥ୍ରୀ ଡି ମନ୍ତ୍ରରେ ଦୀକ୍ଷିତ ହୋଇ ଡିସିପ୍ଲିନ (ଶୃଙ୍ଖଳା )ଡେଡ଼ିକେସନ (ସମର୍ପଣ ଓ ଡିଟରମିନେସନ ( ପ୍ରତିବଦ୍ଧତା) ସହ ନିଜର ଦୁର୍ବଳତାକୁ ଶକ୍ତିରେ ପରିଣତ କରି ନିର୍ଦ୍ଧିଷ୍ଟ ସ୍ବପ୍ନ ନେଇ ଆଗକୁ ବଢିଲେ ନିଶ୍ଚିତ ସଫଳତା ପାଇବା ସହିତ ଅଂଚଳ ବିକାଶ ଓ ନବୀନ ପଟନାୟକଙ୍କ ସ୍ବପ୍ନର ନୂଆ ଓଡିଶା ଗଠନରେ ସହାୟକ ହୋଇପାରିବେ ବୋଲି ମତପ୍ରକାଶ କରି ବିଧାୟକ ଯୁବଛାତ୍ର ମାନଙ୍କୁ ନିଜର ଲୁକାୟିତ ପ୍ରତିଭା ପ୍ରଦର୍ଶନ କରି ନୂଆ ସକାଳର ଅନୁସନ୍ଧାନରେ ନିଷ୍ଠା ଓ ଅଧ୍ୟବସାୟର ସହ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ସମସ୍ତ ପ୍ରାଚୁର୍ଯ୍ୟରେ ଭରପୁର ଓଡିଶାର ଯୁବଶକ୍ତି ପ୍ରକୃତ ଶକ୍ତି ହୋଇଥିବାରୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହେଲେ ବିକଶିତ ଯୁବଶକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ବପ୍ନର ନୂଆ ଓଡିଶା ନବୀନ ଓଡିଶା ଗଠନକୁ ସାକାର କରିପାରିବେ ବୋଲି ମତପ୍ରକାଶ କରି ପଟ୍ଟାମୁଣ୍ଡାଇ କଲେଜର ଯୁବଛାତ୍ରଙ୍କ ପ୍ରତିଭା ବିକାଶ ପାଇଁ ଉପଯୁକ୍ତ ଭାବେ ପ୍ରଶିକ୍ଷିତ କରିବାକୁ ପରାମର୍ଶ ଦେଇଥିଲେ ।
ରାଜନଗର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଅଧ୍ୟକ୍ଷ ଗାଳ୍ପିକ ପ୍ରଫେସର ଅତୁଳ ବଳ ଓ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ସାହୁ ସମ୍ମାନିତଅତିଥି ଭାବେ ଯୋଗ ଦେଇ ବିଗତ ଦିନରେ କଲେଜର ଶୋଚନୀୟ ଅବସ୍ଥା ଓ ରାଜ୍ୟ ସରକାରଙ୍କ ରୂପାନ୍ତକରଣ ପ୍ରକ୍ରିୟାରେ କଲେଜର ଭୌଗଳିକ ସ୍ଥିତିରେ ଆସିଥିବା ପରିବର୍ତନ ସମ୍ପର୍କରେ ସୂଚନା ଦେଇ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଭରପୁର ଫାଇଦା ନେଇ ନିଜର ପ୍ରତିଭା ପ୍ରଦର୍ଶନ କରି ପ୍ରତିଷ୍ଠିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ନୂଆ -ଓ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ ସ୍ୱାଗତଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧ୍ୟାପିକା ଡ଼ ଅଞ୍ଜଳି ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ । ସାଂସ୍କୃତିକ କମିଟି ନୋଡାଲ ଅଫିସର ପ୍ରାଧ୍ୟାପକ ରଂଜିତ ସେନାପତି, କ୍ରୀଡା କମିଟି ନୋଡାଲ ଅଫିସର ପ୍ରାଧ୍ୟାପକ କ୍ୟାପଟେନ ମନୋଜ ପରିଡା ସମାଜସେବା ନୋଡାଲ ଅଫିସର ପ୍ରାଧ୍ୟାପକ ବୈକୁଣ୍ଠ ରାଉଳ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ନୂତନ ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ସଂସ୍କୃତି, କ୍ରୀଡା, ସାମାଜିକ ସେବା ଦାୟିତ୍ୱରେ ଥିବା ପ୍ରାଧ୍ୟାପକ ସର୍ବଶ୍ରୀ ଡ଼ ଦୁଃଶାସନ ପରିଡା, ଡ଼ ସୁନୀଲ ପ୍ରଧାନ, ପ୍ରମୋଦ ସ୍ୱାଇଁ, ଅମୀୟ ଦାସ, ଡ଼ ଫକୀର ପ୍ରଧାନ, ଅଧ୍ୟାପକ ଶ୍ରୀମନ୍ତ ଜେନା,ନିର୍ମଳ ସାହୁ,ଅରବିନ୍ଦ ପାଣ୍ଡଵ,ପ୍ରଦ୍ୟୁମ୍ନ ପ୍ରଧାନ,ଡ଼ ମାନସ ନାୟକ, ଅମିତ ସାହୁ, ସରୋଜ ନାୟକ, ଜିତେନ୍ଦ୍ର ମଲ୍ଲିକ,ଅଧ୍ୟାପିକା ମଧୁସ୍ମିତା ପରିଡା, ସୀମାଙ୍ଗିନୀ ଦାସ, ଶୁଭଲଷ୍ମୀ ପ୍ରଧାନ, ଶୁଭଶ୍ରୀ ପୋଥାଳ,ନମିତା ବେହେରା, ରଶ୍ମିତା ପାଣିଗ୍ରାହୀ, କ୍ରୀଡା ପ୍ରଶିକ୍ଷକ ସ୍ମୃତି ରଞ୍ଜନ ସାମନ୍ତରାୟ ପ୍ରମୁଖ ଭାଷଣ ଦେଇ ବିଭିନ୍ନ ବିଭାଗ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପକ ସର୍ବେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଓଡିଶାର ସୁନାମଧନ୍ୟ ହାସ୍ୟ କଳାକାର ପ୍ରଜ୍ଞାନ ଓଝା ନିଜର ଟିମ ସହିତ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଛାତ୍ରଛାତ୍ରୀଙ୍କୁ ବିମୋହିତ କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଉପକଣ୍ଠରେ ପହଂଚିବାମାତ୍ରେ ଯୁବ ଛାତ୍ର ସଂଗଠକ ଅଶୋକ ଧଳ, ବାବନ ସାହୁ, ଏମ ଡି ପପୁ, ଦେବାଶିଷ ନାୟକ,ଅଭିରାମ ସ୍ୱାଇଁ ଓ ସ୍ମୃତି ରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଶହ ଶହ ଯୁବଛାତ୍ରମାନେ ଭବ୍ୟ ସମ୍ବର୍ଦ୍ଧନା ବାଜା ବାଣ ସହିତ ଏକ ବିଶାଳ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ କଲେଜକୁ ପାଛୋଟି ନେଇଥିଲେ । ପଟ୍ଟାମୁଣ୍ଡାଇ କଲେଜର ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା ଉଦଯାପନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ଅଂଚଳର ମାନ୍ୟଗଣ୍ୟବ୍ୟକ୍ତି,ସ୍ଥାନୀୟ ଲୋକପ୍ରତିନିଧି, ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।










