ବ୍ୟାଙ୍କ ଖାତାକୁ ଆସୁଛି ଟଙ୍କା ; ବନ୍ଦ ହୋଇଯାଉଛି ବ୍ୟାଙ୍କ ଆକାଉଂଟ



ଆଜିର ଯୁଗ ହେଉଛି ବୈଷୟିକ ପ୍ରଗତି ଏବଂ ଡିଜିଟାଲ ରୂପାନ୍ତରର ଯୁଗ । ଆଜିର ଡିଜିଟାଲ ଦୁନିଆରେ ଦିନକୁ ଦିନ ସାଇବର କ୍ରାଇମ୍ ବଢ଼ିଚାଲିଛି । ବ୍ୟାଙ୍କ ହେଉଛି ଏକ ଆର୍ଥିକ ସଂସ୍ଥା ଯାହା ଜନସାଧାରଣଙ୍କଠାରୁ ଜମା ଗ୍ରହଣ କରି ଋଣ ପ୍ରଦାନ କରିଥାଏ । ଦେଶରେ କୋଟି କୋଟି ଲୋକଙ୍କର ବ୍ୟାଙ୍କ ଆକାଉଂଟ ଅଛି । ଏହି ବ୍ୟାଙ୍କ ଆକାଉଂଟରେ ଲୋକମାନେ ସେମାନଙ୍କର ଜମା ସୁରକ୍ଷିତ ରଖନ୍ତି । ଏବେ ବ୍ୟାଙ୍କ ଗୁଟିକ ଡିଜିଟାଲ୍ ହେଉଥିବା ବେଳେ ଅନଲାଇନ୍ ଠକେଇ ବଢୁଛି । ଏଥିନେଇ ଲୋକମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି ।ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଂଚଳରେ ସାଧାରଣ ଲୋକ ଓ ବ୍ୟବସାୟଙ୍କ ଆକାଉଂଟକୁ ବାହାର ରାଜ୍ୟର ଲୋକେ ବନ୍ଦ କରିଦେଇଥିବା ବେଳେ ସ୍ଥାନୀୟ ବ୍ୟାଙ୍କ ହସ୍ତକ୍ଷେପ କରୁନାହାଁନ୍ତି । ଯାହାକୁ ନେଇ ଗ୍ରାହାକ ବ୍ୟାଙ୍କକୁ ଦୌଡିଦୌଡି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜଣେ ଏସବିଆଇ ଗ୍ରାହକ କୁହନ୍ତି ଗତ କିଛିଦିନ ତଳେ ହଟାତ ସେଭିଂ ଅକାଉଂଟକୁ କିଛି ଟଙ୍କା ଆସିଲା । ଏବାବଦରେ କିଛି ଜଣାପଡିଲା ନାହିଁ । ଅନେକ ସାଇବର ଠକଙ୍କ ବିଷୟରେ ଆଗରୁ ବହୁତ ମ୍ୟାସେଜ ଦେଖିଥିବାରୁ ଏବାବଦର ନିଶ୍ଚିନ୍ତ ରହିଲି । ମାତ୍ର ଦୁଇତିନ ଦିନ ପରେ ଆକାଉଂଟ ବନ୍ଦ ହୋଇଗଲା । ବ୍ୟାଙ୍କରେ ଯୋଗାଯୋଗ କରିବାରୁ ବିହାରରର ଜଣେ ଲୋକ ଏହା କରିଥିବା ଶାଖା ପରିଚାଳକ ଜଣାଇବା ସହିତ ତାଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ । ତାଙ୍କ ସହିତ ଫୋନରେ କଥା ହେବାରୁ ସେ କହିଥିଲେ ମୋ ବ୍ୟାଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ହେରେଫେର ହୋଇଯାଇଛି । ସେଥିମଧ୍ୟରୁ ଆପଣଙ୍କ ନିକଟକୁ କିଛି ଅର୍ଥ ଯାଇଥିବାରୁ ଆପଣଙ୍କ ଖାତାକୁ ହୋଲ୍ଡ କରାଯାଇଛି ବୋଲି ସେ କହିଥିଲେ । ଯେଉଁ ଅର୍ଥ ଆସିଛି ତାକୁ ନେଇ ଆକାଉଂଟ ଖୋଲିବାକୁ କହିବାରୁ ସେ କୌଣସି ସନ୍ତୋଷ ଜନକ ଉତର ଦେଇନଥିବା ସେ କହିଥିଲେ । ଏବାବଦରେ ଏସବିଆଇ ଶାଖା ପରିଚାଳକ ସିଦାର୍ଥ ଦାସଙ୍କୁ ଯୋଗାଯୋଗ କରିବାରୁ ଏଥିରେ ଆମର କିଛି ଦାୟୀତ୍ୱ ନାହିଁ ଏକ ଆପ୍ଲିକେସନ ଦେଲା ପରେ ତନଖି କରିବୁ ।
ସେହିଭଳି ଦେବେନ୍ଦ୍ର ସାହୁ ନାମକ ଜଣେ ବ୍ୟାବସାୟୀ କୁହନ୍ତି ଆଇଡିବିଆଇ ବ୍ୟାଙ୍କରେ ଖାତା ଖୋଲି ବ୍ୟବସାୟ କରିଆସୁଥିଲି । ଗତ କିଛିଦିନ ତଳେ ଜଣେ ମହାଜନକୁ ଚେକ୍ ଦେଇଥିଲି । ମାତ୍ର ଚେକ୍ ରିଂଟନ ହେବାରୁ ମହାଜନେ ଦୋକାନ ସାମଗ୍ରୀ ନ ଦେଇ ଫେରାଇ ଦେଇଥିଲେ । ମାତ୍ର ବ୍ୟାଙ୍କରେ ଜମାରାଶିଥିବା ବେଳେ କଣ ପାଇଁ ଚେକ ବାଉଁସ ହେଲା ବୋଲି ବ୍ୟାଙ୍କରେ ଯୋଗାଯୋଗକଲାରୁ ସେମାନେ ସାଇବର କ୍ରାଇମ ଗୁଜରାଟର ଏକ ଲେଟର ଦେଇ ତାଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ । ତାଙ୍କ ସହ ଫøାନରେ କଥା ହେବାରୁ ୨୯/୧୨/୨୦୨୩ରେ ଏହି ଖାତାକୁ ୭୦ ଟଙ୍କା ଯାଇଛି । ସେ ଠଙ୍କା ଫେରସ୍ତ ନ ପାଇବା ପର୍ଯ୍ୟନ୍ତ ମୁଁ କିଛି କରିପାରିବି ନାହିଁ ବୋଲି କହିଥିଲେ । ହେଲେ ଟଙ୍କା ରିଟନକରିବା କଥା ବ୍ୟାଙ୍କରେ କହିବାରୁ ଆମେ କିଛି କରିପାରିବୁ ନାହିଁ ବୋଲି କହିଥିଲେ ।
ଏନେଇ ସାମଜିକକର୍ମୀ ତଥା ଆଇନଜିବୀ ପ୍ରଭାତ ବେରା କୁହନ୍ତି ପୁରା ଭାରତରେ ସାଇବର ଅପରାଧର ବୃଦ୍ଧି ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ସାଇବର ଠକେଇର ମାମଲା ବଢ଼ିବାରେ ଲାଗିଛି । ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ଅପରାଧୀ । ବିଭିନ୍ନ ଉପାୟରେ ଅନଲାଇନ ମାଧ୍ୟମରେ ପସରା ମେଲାଇ ନିରୀହ ଲୋକଙ୍କୁ ଠକି ଚାଲିଛନ୍ତି । କେତେବେଳେ ଏଟିଏମ ପିନ୍ ଏବଂ ଓଟିପି ମାଗି ତ ଆଉ କେତେବେଳେ ଅନଲାଇନ ବ୍ୟାଙ୍କିରେ ହେଉଛି ଠକେଇ । ଏବେ ସାଇବର ଠକମାନେ ଲୋକଙ୍କୁ ଠକିବା ପାଇଁ ଏଭଳି ନୂଆ ପଦ୍ଧତି ଅବଲମ୍ବନ କରିନାହାଁନ୍ତି ବୋଲି ପ୍ରଶ୍ନବାଚି ସୃଷ୍ଠିକରିଛି । ଏହି କ୍ଷତିଗୁଡିକ ବ୍ୟାଙ୍କ ଆକାଉଂଟ ସହିତ ଜଡିତ କ୍ଷତି ମଧ୍ୟ ଅନ୍ତର୍ଭୁକ୍ତ କରେ । ବାସ୍ତବରେ ଲୋକଙ୍କ ବ୍ୟାଙ୍କ ଆକାଉଂଟ ବନ୍ଦ ହେବା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଥାଇପାରେ ବୋଲି ସେ କହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading