ବିଜେପି ପକ୍ଷରୁ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ



କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବେଲପାଳ ଆର ଆଇ ଅଫିସ ନିର୍ମାଣ କାର୍ଯ୍ୟରେ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଓ ବିଧାୟକ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ସ୍ଥାନୀୟ ବାଇପାସ ଛକ ଠାରେ ବିଧାୟକ ଧ୍ରୁବ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ସଂଗଠକ ଶଶିକାନ୍ତ ସ୍ଵାଇଁଙ୍କ ନେତୃତ୍ବରେ ଜ୍ୟୋତି ପ୍ରକାଶ ପ୍ରଧାନ, ଅଭିଷେକ ଦାସ, ସୁଶାନ୍ତ ଦାସ, ସମୀର ପାତ୍ର, ଅମୁଲ୍ୟ ଦାସ, ପିତାମ୍ବର କର, ସମର ସାହୁ, ଜଳନ୍ଧର ମହାନ୍ତି, ସଂଗମ ନାୟକ, ଅଶୋକ ମଲ୍ଲିକ, ଦେବାଶିଷ ମଲ୍ଲିକ, ଆଶିଷ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ମିଥୁନ ମଲିକ ପ୍ରମୁଖ ସାମିଲ ହୋଇ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ସେହିପରି ବିଜେପି ମଣ୍ଡଳ ସଭାପତି ବନମାଳୀ ମହାପାତ୍ର ନେତୃତ୍ୱରେ ମେଡିକାଲ ଛକଠାରେ ନଗର ମହିଳା ସଭାନେତ୍ରୀ ରଶ୍ମିତା ସାହୁ, ପ୍ରାକ୍ତନ ନଗର ସଭାପତି ପଦ୍ମନାଭ ପଣ୍ଡା,କାନନ ବାଳା ଦାସ, ବସନ୍ତ ସାହୁ, ଦିବ୍ୟକାନ୍ତ ବିଶ୍ୱାଳ, ପ୍ରତାପ ଜେନା,ପାରେଶ୍ୱର ପାତ୍ର,ଅଜୟ ଦାସ, ଶ୍ରୀମନ୍ତ ରାୟ,ଶଙ୍କର ମହାନ୍ତି, ରଞ୍ଜନ ମହାପାତ୍ର,ଦିନେଶ ଦାସ, ସୁରେଶ ସାମଲ, ସୁଧାଂଶୁ ଜେନା,ରବୀନ୍ଦ୍ର ବାଇ, ଚନ୍ଦନ ପାତ୍ର, ଋତାଞ୍ଜଳି ଦାଶ, ଉର୍ମିଳା ବେହେରା, ସୁମିତା ବେହେରା, ଉର୍ମିଳା ଲେଙ୍କା, ବୀର କିଶୋର ସ୍ୱାଇଁ, ଶୂନ୍ୟବାସୀ ରଣା, ରାଜୀବ ସାହୁ, ପରୀକ୍ଷିତ ସୂତାର, ବାବି ସାମଲ ପ୍ରମୁଖ ସାମିଲ ହୋଇ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading