ଆଳି ପୂର୍ବତନ ବିଧାୟିକା ଓ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କ ପରଲୋକ


କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଓ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା’ ରାଜବାଟୀ ଆଳିର ରାଜମାତା ସୁଶ୍ରୀ ଦେବୀଙ୍କ ବୁଧବାର ପରଲୋକ ଘଟିଛି। କଟକସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ତାଙ୍କ ଦେହାନ୍ତ ଖବର ଶୁଣି ଆଳି ନିର୍ବାଚମଣ୍ଡଳୀ ସମତେ ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ବିଜୁ ଜନତା ଦଳର ଜଣେ ରାଜନୀତିଜ୍ଞ ଓ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ସଭାର ଜଣେ ସଦସ୍ୟ ଥିଲେ। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସେ ଜନତା ଦଳରୁ ଆଳି ବିଧାୟିକା ହୋଇଥିଲେ। ୨୦୦୨ରେ ସେ ରାଜ୍ୟ ସଭା ସଦସ୍ୟା ଭାବେ ମନୋନୀତ ହୋଇଥିଲେ। ମେ’ ୨୦୦୨ରେ ଶିଳ୍ପ କମିଟିର ସଦସ୍ୟ ଥିଲେ। ଅଗଷ୍ଟ ୨୦୦୨ରେ ଜଳ ସମ୍ପଦ ମନ୍ତ୍ରଣାଳୟର କନ୍‌ସଲ୍‌ଟେଟିଭ୍‌ କମିଟିର ମଧ୍ୟ ସଦସ୍ୟ ଥିଲେ। ୩ ବର୍ଷ ପର୍ଯ୍ୟନ୍ତ ଲିଫ୍ଟ ଇରିଗେସନ କର୍ପୋରେଶନ, ଓଡ଼ିଶାର ଡାଇରେକ୍ଟର ଥିଲେ। ୫ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗରେ ସଦସ୍ୟ ଥିଲେ। ୪ ବର୍ଷ ପର୍ଯ୍ୟନ୍ତ ଟିଏସି ଓଡ଼ିଶାରେ ସଦସ୍ୟ ଥିଲେ। ଚାରି ବର୍ଷ ପର୍ଯ୍ୟନ୍ତ କନ୍‌ସଲଟେଟିଭ୍‌ ଜଳସେଚନ କମିଟିର ସଦସ୍ୟ ଥିଲେ। ସେହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଶ୍ରୀ ବିହାର ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ସହ ଜଡ଼ିତ ଥିଲେ। ପୂର୍ବରୁ ସେ ଜନତା ଦଳ ସହ ଜଡ଼ିତ ଥିଲେ।


Next Post

ଫେକ ଭିଡ଼ିଓ ଓ ଅଡିଓକୁ ନେଇ ବିଧାୟକଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି : ବିଜେଡି

Wed Jan 10 , 2024
ବାରମ୍ବାର ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଦୀର୍ଘବର୍ଷ ଧରି କ୍ଷମତା ବାହାରେ ଥିବା ବିରୋଧି ଦଳ ହତାଶ ହୋଇ ଏକ ନିର୍ଦ୍ଧିଷ୍ଟ ବୈଦୁତିକ ଗଣମାଧ୍ୟମ ଓ ୱେବ ମିଡିଆକୁ ହାତବାରିସୀ କରି ଟେଣ୍ଡର ଫିକ୍ସିଙ୍ଗର ଫେକ ଭିଡ଼ିଓ ଓ ଅଡିଓ ଜରିଆରେ ବିଧାୟକଙ୍କୁ ବଦନାମ କରିବା ପାଇଁ ବିଧିବଦ୍ଧ ଷଡଯନ୍ତ୍ର କରିଛି ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ […]

You May Like