କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ହାଇସ୍କୁଲ ପଡିଆରେ ରାଜ୍ୟସ୍ତରୀୟ ମହାବୀର କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବଛା ବଛା ୮ଟି ଟିମ ଅଂଶଗ୍ରହଣ କରିଥିଲେ । ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଗରାର ସପନେଶ୍ୱର କ୍ରିକେଟ କ୍ଳବ ଓ ଭୁବନେଶ୍ୱର ଫୁଲନଖରାର ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଲେଭେନ ଷ୍ଟାର ଟିମ ସପନେଶ୍ୱର ଟିମକୁ ହରାଇ ଚାମ୍ପିୟନ ହୋଇଥିଲା । ବିଲିକଣା ପଂଚାୟତ ବିଜେଡି ସଭାପତି ପ୍ରଦୀପ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୁବଶକ୍ତିର ପ୍ରତିଭା ବିକଶିତ କରିବା ପାଇଁ ଯେଉଁ ସମ୍ୱନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହାର ସୁଯୋଗ ନେବାକୁ ଉପସ୍ଥିତ ଖେଳାଳୀ ଓ ଦର୍ଶକ ମାନଙ୍କୁ ପରାମର୍ଶ ଦେବା ସହିତ ବିଜୟୀ ଟିମକୁ ଚମ୍ପିୟାନ ଟ୍ରଫି ଓ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏହି ଖେଳ ପଡିଆକୁ ଏକ ସୁନ୍ଦର ମିନି ଷ୍ଟାଡିୟମରେ ପରିଣତି କରିବା ପାଇଁ ବ୍ଲକ ତରଫରୁ ଅର୍ଥ ରାଶି ଯୋଗାଇ ଦେବାକୁ ପ୍ରତିଶୃତି ଦେଇବା ସହିତ ସପନେଶ୍ଵର ଟିମକୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ଅକ୍ଷୟ ସାହୁ, ବରିଷ୍ଠ ସମାଜସେବୀ ପ୍ରୟୋଜକ ହୃଦୟବଲ୍ଲଭ ରାଉତ, ମେଘନାଦ ସାହୁ ଓ ରବୀନ୍ଦ୍ର ସ୍ୱାଇଁ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଇଲେଭେନ ଷ୍ଟାର କ୍ରିକେଟ ଟିମ ପ୍ରଯୋଜକ ପ୍ରତ୍ୟୁଷ ପଣ୍ଡା ଧନ୍ୟବାଦ ଦେଇଥିଲେ ।
Like this:
Like Loading...
Tue Jan 16 , 2024
ଧ୍ରୁବ -ଅନ୍ନପୂର୍ଣ୍ଣା ସେବା ପରିଷଦ ପକ୍ଷରୁ ଦିବଂଗତ କୃଷକନେତା ଧ୍ରୁବ ଚରଣ ସ୍ୱାଇଁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଯୁବସ୍ବେଛାସେବୀ ନଳିନୀକାନ୍ତ ସ୍ୱାଇଁଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ଗରା ଠାରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ କିଶୋର ତରାଇ,ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବିଜେପି ପ୍ରଭାରୀ ସୁନାକାର ପ୍ରଧାନ, ବିଜେପି ଯୁବନେତା ଅଜୟ ବେହେରା, ନଗର […]