
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କୃଷି ବିଭାଗ ଭିଏଡବ୍ଲୁ ଦିପକ ସାମଲ କଖାରୁଣି ପଂଚାୟତରେ ବିରି ବଂଟନ କରୁଥିଲେ । ଓସଙ୍ଗରା ଗ୍ରାମର ରୁଦ୍ର ନାରାୟଣ ସାମନ୍ତରାୟ ତାଙ୍କୁ ବିରି ମାଗିବା ସହିତ ଧମକ ଦେଇଥିବା ନେଇ ଭିଏଡବ୍ଲୁ ଥାନାରେ ଅଭିଯୋଗ କରିଥିବା ବେଳେ ବିରି ବଂଟନରେ ଅନିୟମିତତାକୁ ନେଇ ସ୍ୱର ଉଠାଇବାରୁ ଭିଏଡବ୍ଲୁ ସାମଲ ଧମକଦେବା ସହ ଗାଳି ଗୁଲଜ କରିଥିବା ନେଇ ଅକ୍ଷୟ ମଲିକ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ କୃଷି ବିଭାଗ ଭିଏଡବ୍ଲୁ ସାମଲ କଖାରୁଣି ପଂଚାୟତରେ ବିରି ବିହନ ବଂଟନ କରୁଥିବା ବେଳେ ଓସଙ୍ଗରା ଗ୍ରାମର ରୁଦ୍ର ନାରାୟଣ ସାମନ୍ତରାୟ ତାଙ୍କୁ ବିରି ମାଗିବା ସହିତ ସହ ଏକ କ୍ୟୁଂଟାଲ ବିରି ମୋ ଘରେ ଦେଇଦେବୁ ଏବଂ ବାକି ବିରି ମୁଁ ଯାହାକୁ କହିବି ତାକୁ ଦେବୁ ବୋଲି କହିଥିଲେ । ତାଙ୍କର ଏଭଳି କଥାରେ ସହମତି ପ୍ରକାଶ ନ କରିବାରୁ ମୋତେ ଫୋନକରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି କୃଷି ଗ୍ରାମସେବକ ସାମଲ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସେହିପରି କଖାରୁଣି ପଂଚାୟତକୁ ବିରି ବିହନ ବଂଟନ ଦାଇତ୍ୱରେ ଥିବା ସାମଲ ବଂଟନରେ ମନମାନୀ କରୁଥିବାରୁଦେଖିବାକୁ ମିଳିଥିଲା । ଏବବାଦରେ ପଞ୍ଚାଯତର ସମିତିସଭ୍ୟଙ୍କୁ ଜଣାଇବାକୁ କହିବାରୁ ଭିଏଡବ୍ଲୁ ସାମଲ ଆମ ସହିତ ଝଗଡା ଝାଟି କରି ଧମକଚମକ ଦେଇଥିଲେ ବୋଲି ଅକ୍ଷୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୁଁ ସଭ୍ୟଙ୍କ କକା ଆଉ ଜଣେ ଚାଷୀ ମଧ୍ୟ ଆମ ବିହନ ୪ କେଜି ଲେଖା ବଣ୍ଟନ କରିବା ବ୍ୟବସ୍ଥା ଥିବାବେଳେ ଭିଏଡବ୍ଲୁ ଅସଙ୍ଗରରେ ୨ କେଜି ଲେଖା ବଣ୍ଟନ କରୁଥିଲେ । ପଚାରିବାରୁ ସେ ଖରାପ ଭାଷାରେ ଗାଳି କରୁଥିଲି ବୋଲି ରୁଦ୍ରନାରାୟଣ କହିଛନ୍ତି । ପୋଲିସ ଉଭୟପକ୍ଷ ଏତଲାକୁ ଗ୍ରହଣ କରି ତଦନ୍ତ ଚଳାଇଛନ୍ତି ବୋଲି ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି ।











