ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ



କେନ୍ଦ୍ରାପଡା, ୧୯ା୧: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାନଗରସ୍ଥିତ କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ, କଜଳାସ୍ଥିତ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଛାତ୍ରଛାତ୍ରୀ ଓ ଦଧିବାମନଜୀଉ ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ସ୍ଥିତ ବାସୁଦେବ ଜାଗୃତି ଗୃହର ଅନ୍ତେବାସୀମାନଙ୍କୁ ଶାଲ, ବେଡସିଟ, ଦରୀ ଓ କମ୍ବଳ ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରିଟସ୍ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଉପରୋକ୍ତ ଅନୁଷ୍ଠାନଗୁଡିକରେ ପହଞ୍ôଚ ଶୀତବସ୍ତ୍ର ବଣ୍ଟନ କରିବା ସହ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ହିମାଂଶୁ ଭୂଷଣ ଦାସ, ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ପଟ୍ଟାମୁଣ୍ଡାଇରେ ସ୍ପିଡ୍ ବାଇକ୍‌ଧାରୀଙ୍କ ଉତ୍ପାତ : ପୋଲିସର ନାହିଁ କଟକଣା,ବିକଟାଳ ହର୍ଣ୍ଣରେ ଫାଟି ପଡ଼ୁଛି କାନ,ଦୃତ ଓ ଶବ୍ଦ ପ୍ରଦୂଷଣ କରୁଥିବା ବାଇକ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ

Sat Jan 20 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଓ ତାର ଆଖପାଖ ଅଂଚଳରେ କେତେକ ଯୁବକ ଦୃତ ଗତିରେ ବାଇକ ଚଳାଇବା ସହିତ ଜାଣିଶୁଣି ବାଇକରେ ଶବ୍ଦ କରାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରି ଶବ୍ଦ ପ୍ରଦୂଷଣ କରୁଛନ୍ତି । ଯାହକୁନେଇ ବାରମ୍ବାର ଦୁର୍ଘଟଣା ଘଟିବା ସହିତ ଅନ୍ୟ ପଥିକ ମାନଙ୍କୁ ସମସ୍ୟାରେ ପକାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଜନସାଧାରଣ ଓ ବୁଦ୍ଧିଜିବୀ […]

You May Like