କିନ୍ନରମାନଙ୍କ ପକ୍ଷରୁ ବାହାରିବ ରାମରଥ


କେନ୍ଦ୍ରାପଡା ୨୦/୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ସାମାଜିକ ସଂଗଠନ ଜୟରାଷ୍ଟ୍ରଓ କଜଳାସ୍ଥିତ କିନ୍ନର ସମାଜର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାନୁୟାରୀ ୨୨ତାରିଖରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହିଦିନ କିନ୍ନର ସମାଜ ପକ୍ଷରୁ ଏକ ଭବ୍ୟ ରାମରଥ ସହର ପରିକ୍ରମା କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । କିନ୍ନରମାନେ ଏହିଦିନ ସାତ୍ୱିକ ଭୋଜନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରିବେ । ବୈଠକରେ ଜୟରାଷ୍ଟ୍ର ପକ୍ଷରୁ କିନ୍ନରମାନଙ୍କୁ ପଞ୍ଚକର୍ମ ପତ୍ର ବଣ୍ଟନ କରାଯାଇଥିଲା । ଆୟୋଜିତ ବୈଠକରେ ଜୟରାଷ୍ଟ୍ରର ପ୍ରଦେଶ ସହସଂଯୋଜକ ବିରେନ୍ଦ୍ର ଦାସ ଓ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସମେତ କିନ୍ନର ସମାଜ ସଭାପତି ଦେବୀକା ବାରିକ, ସଦସ୍ୟ କଣ୍ଢେଇ ମଲ୍ଲିକ, ସୋନି ମଲ୍ଲିକ, ତନିସା ନାୟକ, ସ୍ନେହା ବୈଶାଖୀ ସାହୁ, ମୁସ୍କାନ ବେହେରୁ ପ୍ରମୁଖ ଯୋଗ ଦେଇଥିଲେ ।


Next Post

ଦଳିତନେତା ସବ୍ୟସାଚୀ ମଲିକ ୧ମ ଶ୍ରାଦ୍ଧ ବାର୍ଷିକୀ

Sat Jan 20 , 2024
କେନ୍ଦ୍ରାପଡ଼ା ଜିଲ୍ଲା ଦଳିତ ଜାତିସଂଘ ସଭାପତି ବରିଷ୍ଠ ଦଳିତନେତା ସବ୍ୟସାଚି ମଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଦଳିତ ନେତା ବାରେଣୀ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟଅତିଥି, ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା ମୁଖ୍ୟବକ୍ତା,ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ,କୈଳାଶ ମହାନ୍ତି, ଶାରଦା ପ୍ରସାଦ ରାଉତ,ଶିକ୍ଷାବିତ ପ୍ରଫୁଲ୍ଲ ଦାଶ, ବରିଷ୍ଠ କଂଗ୍ରେସ ନେତା ରମା କାନ୍ତ […]

KANIKA