ବଦଳିଲା ପାଗ, ବର୍ଷା ପରେ ବଢିଲା ଶୀତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ରବିବାର ଝିପିଝିପି ବର୍ଷା ସହିତ କେତେକ ଜାଗାରେ ସାମନ୍ୟଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଶୀତ ପ୍ରଭାବ ବଢିଚାଲିଛି । ଅଂଚଳରେ ପ୍ରବଳ ଶୀତ ହେଉଥିବା ବେଳେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର କହିଛି । ବର୍ଷା ଯୋଗୁଁ ଅଂଚଳରେ ଶୀତର ଲହରୀ ଦେଖିବାକୁ ମିଳିଛି । ଅଧିକ ମାତ୍ରାରେ ଶୀତ ହେଉଥିବାରୁ ବଜାର ଖାଁଖାଁ ଲାଗୁଛି । ବର୍ଷା ଛାଡ଼ିଯିବା ପରେ ରାତିରେ ଶୀତ ବଢ଼ିଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ।


Discover more from

Subscribe now to keep reading and get access to the full archive.

Continue reading