ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା -ସହାୟିକା ସଂଘର ବୈଠକ


କେନ୍ଦ୍ରାପଡ଼ା, ୨୧ା୧: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା- ସହାୟିକା ସଂଘ କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ବୈଠକ ଗୋପଛକସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ସୋହାନା ବେଗମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାଥୀ ଗଜେନ୍ଦ୍ର ନାୟକଙ୍କ ଦ୍ୱାରା ଶୋକ ପ୍ରସ୍ତାବ ଆଗତ ପରେ କାର୍ଯ୍ୟକ୍ରମର ରିପୋର୍ଟ ଓ ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଜିଲ୍ଲ୍‌ା ସମ୍ପାଦିକା ସାଥୀ ସୌଭାଗିନୀ ପତି । ସଂଘର ବରିଷ୍ଠ ନେତା ଆଇନଜୀବୀ ସାଥୀ ରମଣୀରଞ୍ଜନ ରାଉତରାୟ ଯୋଗ ଦେଇ ପାଚିକାମାନେ ନିଜର ନିଷ୍ଠା ଦ୍ୱାରା ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଫଳରେ ପିଲାଙ୍କ ସ୍ୱାସ୍ଥ୍ୟ ରକ୍ଷା ସହିତ ଉପସ୍ତାନ ମଧ୍ୟ ବୃଦ୍ଧି ହୋଇଛି । ଦେଶର ଭବିଷ୍ୟତ ନାଗରିକମାନଙ୍କୁ ସଠିକ୍ ଭାବରେ ଗଢିବାର ଭୂମିକା ଅବର୍ଣ୍ଣନୀୟ । କିନ୍ତ୍ରୁ ଓଡିଶା ସରକାର ପିଲା ଖାଉଥିବା ଭୋଜନର ମୂଲ୍ୟ ମାତ୍ର ୫ ଟଙ୍କା ୯୦ ପଇସା ଏବଂ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ୮ ଟଙ୍କା ୮୨ ପଇସା ମୁଣ୍ଡପିଛା ଧାର୍ଯ୍ୟ କରିଛନ୍ତି । ଗୋଟିଏ ଅଣ୍ଡାର ମୂଲ୍ୟ ୮ ଟଙ୍କା ହୋଇଥିବା ବେଳେ ଏତେ କମ୍ ମୂଲ୍ୟରେ ମଧ୍ୟାହ୍ନ ଭୋଜନ ଦେବା କିପରି ସମ୍ଭବ? ଅପରପକ୍ଷରେ ଓଡିଶାରେ ପାଚିକାମନେ ବର୍ଷକୁ ମାତ୍ର ଦଶମାସର ପ୍ରାପ୍ୟ ସହିତ ୧୪୦୦ ଟଙ୍କା ପାଉଥିବା ବେଳେ ପଣ୍ଡିଚେରୀରେ ମାସିକ ୧୦ ହଜାର, ହରିୟାନାରେ ୭ ହଜାର, ଉତ୍ତରାଖଣ୍ଡରେ ୩ ହଜାର, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟମାନଙ୍କରେ ୨ ହଜାର ଟଙ୍କା ମାସିକ ପାରିଶ୍ରମିକ ପାଉଥିବା ବେଳେ ଓଡିଶାର ପାଚିକାମାନେ ଭକୁଆ । ତୁରନ୍ତ ମାସିକ ଭତ୍ତା ବୃଦ୍ଧି କରିବା, ମଧ୍ୟାହ୍ନ ଭୋଜନର ମୁଣ୍ଡପିଛା ମୂଲ୍ୟ ସର୍ବନିମ୍ନ ୨୫ ଟଙ୍କା କରିବା, ପାଚିକାଙ୍କ ଅବସର ବୟସ ୬୫ ବର୍ଷ କରିବା, ପେନସନ ବ୍ୟବସ୍ଥା କରିବା ଆଦି ଉପରେ ଆଲୋଚନା କରାଯାଇଥିଲା । ଏହାପରେ ଜିଲ୍ଲା କୋଷାଧ୍ୟକ୍ଷ ସାଥୀ ଅହଲ୍ୟା ଦାସ, ନାରୀନେତ୍ରୀ ସାଥୀ ସଂଞ୍ଜୁକ୍ତା ରାଉତ, ସାଥୀ କ୍ରାନ୍ତୀପ୍ରଭା ନାୟକ, ସାଥୀ ନଳିନୀ ସ୍ୱାଇଁ, ମହାକାଳପଡା ବ୍ଲକ ସଭାପତି ସାଥୀ ଶ୍ରାବଣୀ ପ୍ରଧାନ, ସମ୍ପାଦିକା ସାଥୀ ଡାଙ୍ଗୀ ସ୍ୱାଇଁ, କେନ୍ଦ୍ରାପଡା ବ୍ଲକ ସଭାପତି ସାଥୀ ମାଳତୀ ବେହେରା, ମାର୍ଶାଗାଇ ବ୍ଲକ ସଭାପତି ସାଥୀ ମମତା ପଣ୍ଡା, ସାଥୀ ଗୀତାଞ୍ଜଳି ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ଚାରୁଲତା, ସାଥୀ ରେଣୁବାଳା ଦାସ, ରାଜନଗର ବ୍ଲକ ସଭାପତି, ଡେରାବିଶ ବ୍ଲକ ସଭାପତି ପ୍ରତିମା ପାତ୍ର, ସାଥୀ ବିଥିକା ସରକାର, ସାଥୀ ନିରଞ୍ଜନ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ବୁଧବାର ୨୪ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଯଦି ସରକାର ତୁରନ୍ତ ଏହି ଦାବିଗୁଡିକ ପୁରଣ ନକରନ୍ତି ତେବେ ଆସନ୍ତା ଫେବୃୟାରୀ ମାସଠାରୁ ହାଣ୍ଡି-କରଛୁଲି ଛାଡ ଡାକରା ଦିଆଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading