ଘରୋଇ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଶାଳ ତ୍ରିରଙ୍ଗା ଯାତ୍ରା


କେନ୍ଦ୍ରାପଡ଼ା,୨୩ା୧ : ଆଜି ଆମ ଜିଲ୍ଲା ପାଇଁ ଏକ ଐତିହାସିକ ଦିନ । ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପରି ଦେଶ ପ୍ରେମୀମାନଙ୍କ ଜନ୍ମଦିନ । ପବିତ୍ର ତିଥିର ଶୁଭ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଘରୋଇ ବିଦ୍ୟାଳୟ ସଙ୍ଘ ଆନୁକୂଲ୍ୟରେ ପିଲାମାନଙ୍କୁ ଦେଶର ଐତିହ୍ୟ,ପୂର୍ବ ସୁରୀମାନଙ୍କ ଦେଶ ପ୍ରେମ, ସର୍ବୋପରି ପିଲାଙ୍କ ହୃଦୟରେ ଜାତୀୟତା ଭାବ ଏବଂ ଦେଶାତ୍ମବୋଧକ ପରିବେଶ ସୃଷ୍ଟି କରିବାକୁ ଏକ ତ୍ରିରଙ୍ଗା ଯାତ୍ରା ପରି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା । ତ୍ରିରଙ୍ଗା ଯାତ୍ରାର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ଓ ନଗରପାଳ ସରିତା ସାହୁ ପ୍ରମୁଖ ଯୋଗଦେଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଯାତ୍ରାରେ ଯେଉଁ ପତାକା ବ୍ୟବହାର କରାଯାଇଥିଲା ତାହାର ଦୈର୍ଘ୍ୟ ୧୦୦୦ମିଟର ବା ଏକ କିଲୋମିଟର ହୋଇଥିବା ବେଳେ ଏହାର ପ୍ରସ୍ତ ୩ମିଟର ଥିଲା । ଏହି ତ୍ରିରଙ୍ଗା ଯାତ୍ରା ଇଛାପୁରସ୍ଥିତ ମାଉସୀମା ମନ୍ଦିର ନିକଟରୁ ବାହାରି ସହରର ମୁଖ୍ୟରାସ୍ତା ଦେଇ କେନ୍ଦ୍ରାପଡା କଲେଜ ଅତିକ୍ରମ କରି ତିନିମୁହାଣୀ ଓ ପରେ ଭାରତୀ ବିଦ୍ୟା ମନ୍ଦିରରେ ପହଞ୍ଚିଥିଲା । ଏହି ଯାତ୍ରାରେ ଜିଲ୍ଲାର ୭୧ରୁ ଉର୍ଦ୍ଧ୍ୱ ବେସରକାରୀ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷିକା, ସହରର ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ପୋଲିସ, ପ୍ରଶାସନ ଓ ଜନସାଧାରଣଙ୍କ ଆକୁଣ୍ଠ ସମର୍ଥନ ମିଳିଥିଲା । ସହରର ପ୍ରତ୍ୟେକ ଛକରେ ଅସଂଖ୍ୟ ଜନସମାବେଶ ପୁଷ୍ପ ବୃଷ୍ଟି କରିଥିଲେ । ପାଞ୍ଚ ହଜାରରୁ ଅଧିକ ସଂଖ୍ୟକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଙ୍ଘର ସଭାପତି ନିରଞ୍ଜନ ବେହେରା, ସମ୍ପାଦକ ରଞ୍ଜନ ବିଶ୍ୱାଳ, ଚିତ୍ତରଞ୍ଜନ ଆଚାର୍ଯ୍ୟ, ଅଜୟ ପୃଷ୍ଟି, ମନୋଜ ଓଝା, ଭିକାରୀ ପ୍ରଧାନ, ଶାନ୍ତିଭୂଷଣ ଭୂୟାଁ, ଦୀପକ ଜେନା, ଅମର ପ୍ରସାଦ ସିଂହ, ରବୀନ୍ଦ୍ର ଦାଶ, ବରାହ ପାତ୍ର, ବିଭୁତିରଞ୍ଜନ ରାଉତ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ହିମାଂଶୁ ଶେଖର ଦାସ, ମନୋରଞ୍ଜନ ମହାପାତ୍ର, ସନ୍ତୋଷ ନାୟକ, ରଞ୍ଜନ ମଲ୍ଲ, ପ୍ରଭାତ ପରିଡା, ସୟଦ ଅବଦୁଲ ସତ୍ତାର ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading