ବାରୋ ପଡ଼ିଆରେ ନୂଆ-ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ଅନୁଷ୍ଠିତ


 

କେନ୍ଦ୍ରାପଡ଼ା, ୨୮/୦୧: ଆଜି ସ୍ଥାନୀୟ ବାରୋ ପଡ଼ିଆରେ ଜିଲ୍ଲାସ୍ତରୀୟ “ନୂଆ-ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାର ଯୁବଶକ୍ତିଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ଏକ ସଶକ୍ତ ନବୀନ ଓଡ଼ିଶା ଗଠନ ପାଇଁ ଭିଡିଓ ବାର୍ତା ମାଧ୍ୟମରେ ଆହ୍ୱାନ ଜଣାଇଥିଲେ । ୫ଟି-ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନ୍ କେନ୍ଦ୍ରାପଡ଼ାରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସହ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ବୃହତ ଇସ୍ପାତ ଶିଳ୍ପ ସମ୍ପର୍କରେ ଏକ ଅଡ଼ିଓ-ଭିଜୁଆଲ ଯୋଗେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ସମସ୍ତ ସ୍କୁଲ୍ କଲେଜ ୫ଟି-ଅଧୀନରେ ରୂପାନ୍ତରୀତ ହେଉଥିବା ବେଳେ ପ୍ରତ୍ୟେକ ବର୍ଷ ଏହି ନୂଆ-ଓ’ ଉତ୍ସବ କରାଯିବ ବୋଲି ୫ଟି-ଅଧ୍ୟକ୍ଷ ପାଣ୍ଡିଆନ୍ କହିଥିଲେ । ଏହି ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏହି ଉତ୍ସବ ପଛର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଯୁବଶକ୍ତି ହିଁ ଆଣିପାରିବେ ନବୀନ ଓଡ଼ିଶାରେ ବ୍ୟାପକ ରୂପାନ୍ତର । ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନରେ ସେମାନଙ୍କ ଭାଗିଦାରୀ ଅପରିହାର୍ଯ୍ୟ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍‌ଙ୍କୁ ମନ୍ତ୍ରୀ ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ବାରୋ ପଡ଼ିଆ ଗସ୍ତ କରି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ସମଗ୍ର ଜିଲ୍ଲାର ୮୨ଟି କଲେଜରୁ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର, ପୁଷ୍ପଗୁଚ୍ଛ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ସେହିପରି ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅର୍ଥରାଶି, ପୁଷ୍ପଗୁଚ୍ଛ, ପ୍ରମାଣପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ସୂଚନାଯୋଗ୍ୟ, ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ପ୍ରଥମ ସ୍ଥାନ ପାଇଁ ୫୦ହଜାର ଟଙ୍କା ଅର୍ଥରାଶିର ବ୍ୟବସ୍ଥା ଥିବା ବେଳେ ଦ୍ୱିତୀୟ ପାଇଁ ୩୦ହଜାର, ତୃତୀୟ ଓ ଚତୁର୍ଥ ପାଇଁ ୨୦ ହଜାର ଟଙ୍କା ପୁରସ୍କାର ବ୍ୟବସ୍ଥା ରହିଛି । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ରାଜ୍ୟର ସ୍ୱନାମଧନ୍ୟ ନୃତ୍ୟଶିଳ୍ପୀ  ଓ କଣ୍ଠଶିଳ୍ପୀଙ୍କ ମଧୁର ମୁର୍ଚ୍ଛନାରେ ଝୁମିଥିଲେ ଯୁବଶକ୍ତି ।

ଏହି ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର,  ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡିଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟ, ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ତହସିଲ୍‌ର ତହସିଲ୍‌ଦାର, ବ୍ଲକ୍‌ର ବିଡିଓ, ଲାଇନ୍ ଡିପାର୍ଟମେଂଟ୍‌ର ପଦାଧିକାରୀ, ସମସ୍ତ କଲେଜର ନୋଡାଲ ଅଫିସର, ଜିଲ୍ଲା ପରିଷଦର ସଭ୍ୟସଭ୍ୟା, ସମିତି ସଭ୍ୟ, ସ୍ଥାନୀୟ ସରପଂଚ ପ୍ରମୂଖ ଏହି ଉତ୍ସବରେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading