ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ



କେନ୍ଦ୍ରାପଡ଼ା,୧ା୨ : ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତା କରି ଓଡିଆ ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ଜଗନ୍ନାଥ ପ୍ରେମୀ ଡ. ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଜଗନ୍ନାଥଙ୍କ ମହିମା ଓ ଜଗନ୍ନାଥ ସଂସ୍କୃତିର ଗୁଢ ରହସ୍ୟ ସମ୍ପର୍କରେ ଦିକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ସଭାରେ ମାଧ୍ୟମିକ ବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡ. ହିମାଂଶୁ ଭୂଷଣ ପରିଡା ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ସହ ଉଦେଶ୍ୟ ଜ୍ଞାପନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ନୂଆ ଓ କାର୍ଯ୍ୟକ୍ରମର ସଂଯୋଜକ ଡ. ଆଲୋକ କୁମାର ରାୟ ଓଡିଆ ଭାଷା ସାହିତ୍ୟର ଉଥାନ ନିମନ୍ତେ ଶପଥ ନେବାକୁ ପରାମର୍ଶ ଦେଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଡ. ପ୍ରମୋଦ କୁମାର ରାଉତ, ଡ. ସଂଗ୍ରାମକେଶରୀ ମହାନ୍ତି, ଡ. ହେମନ୍ତ କୁମାର ଶତପଥୀ, ପ୍ରଫେସର ହେମନ୍ତ କୁମାର ପରିଡା, ପ୍ରଫେସର ଅମ୍ଳାନ କିରଣ ରାଉତ, ଅଧ୍ୟାପକ ଦିଲ୍ଲୀପ କୁମାର ସ୍ୱାଇଁ, ଦୀନବନ୍ଧୁ ରାଉତ, ଅର୍ଚ୍ଚନା ବେହେରା, ଶୁଭଶ୍ରୀ ରାଉତ, ପ୍ରୀତିଲକ୍ଷ୍ମୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ରାକେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading