ଶିକ୍ଷକ ନିର୍ମଳ ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ଜିଲ୍ଲାର ଶ୍ରେଷ୍ଠ ହିନ୍ଦୀ ଶିକ୍ଷକ ପୁରସ୍କାର ପାଇଲେ ଶିକ୍ଷକ ନିର୍ମଳ କୁମାର


କେନ୍ଦ୍ରାପଡ଼ା,୫ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ତଥା କୁସୁନପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନିର୍ମଳ କୁମାର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଶିକ୍ଷକ ଶ୍ରୀ ସ୍ୱାଇଁ ଏହି ପୁରସ୍କାର ଗ୍ରହଣ କରି ବିଦ୍ୟାଳୟ ତଥା କେନ୍ଦ୍ରାପଡା ଜିଲ୍ଲାର ଗୈାରବ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରଣ ହୋଇଥିବା କୁସୁନପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସ୍ୱାଇଁ ଜଣେ ଶିକ୍ଷକନେତା, ଛାତ୍ରବତ୍ସଳ ଶିକ୍ଷକ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଓ ପାରଦର୍ଶିତା ହାସଲ କରିଥିବା ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉତ୍ସବରେ କୁସୁନପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ତାଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ଜେନାଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଓ ମୋସ୍କୁଲ ଅଭିଯାନର କର୍ମକର୍ତ୍ତା ଓ ସଦସ୍ୟମାନେ ପୁଷ୍ପ୍‌ଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇଛନ୍ତି । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ଶୁଭେଛା ଜଣାଇଛନ୍ତି । ଏଥିସହିତ ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ମହେଶ୍ୱର ସାହୁ ମଧ୍ୟ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶିକ୍ଷକ ଶ୍ରୀ ସ୍ୱାଇଁ ଜିଲ୍ଲାର ଜଣେ ଶ୍ରେଷ୍ଠ ହିନ୍ଦୀ ଶିକ୍ଷକ ଭାବେ ଏହି ପୁରସ୍କାର ପାଇଥିବାରୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ, ବନ୍ଧୁବର୍ଗଙ୍କ ପକ୍ଷରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।


Discover more from

Subscribe now to keep reading and get access to the full archive.

Continue reading