ଫିଟ୍ ଅଫ୍ ଫାୟାର ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ : କଳାକାର ମାନଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା



କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ମଡର୍ଣ୍ଣ ନୃତ୍ୟାନୁଷ୍ଠାନ ପଟ୍ଟାମୁଣ୍ଡାଇ ଫିଟ୍ ଅଫ୍ ଫାୟାର ଡ୍ୟାନ୍ସ ଏକାଡେମୀର ୫ମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ଫିଟ୍ ଅଫ୍ ଫାୟାର ଡ୍ୟାନ୍ସ ଏକାଡେମୀର ସଭାପତି କୁଞ୍ଜ ବିହାରୀ ତ୍ରିପାଠୀଙ୍କ ପୌରହିତ୍ୟରେ ପ୍ରଥମ ଦୀବସରେ ଜିଲ୍ଲାସ୍ତରୀୟ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ନୃତ୍ୟଗୁରୁ ପ୍ରଶାନ୍ତ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଥିଲା ।

ଦ୍ୱିତୀୟ ସଂଧ୍ୟାରେ ସ୍ୱନାମଧନ୍ୟା ସତ୍ତ୍ରିୟା ନୃତ୍ୟଗୁରୁ ନିର୍ଝରିକା ଦାଶ ଓ ଅଭିନୟ ଡ୍ୟାନସ୍‌ଏକାଡେମୀର କଳାକାର ଶାସ୍ତ୍ରୀୟ ସତ୍ତ୍ରିୟା ନୃତ୍ୟ ଓ ଓଡ଼ିଶାୀ ନୃତ୍ୟରେ ଅଧ୍ୟାତ୍ମ୍ୟ ଭାବର ପ୍ରକାଶ ମୁକ୍ତାକାଶ ମଂଚକୁ ଭକ୍ତିମୟ କରିଥିବା ବେଳେ ଝାଂସିରାଣୀ ଲକ୍ଷ୍ମୀବାଇ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା । ପରେ ସଙ୍ଗୀତ, ଫେସନ୍ ସୋ, ମ୍ୟୁଜିକ୍ ଚେୟାର୍ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲା । ଏଥିରେ ଜିଲ୍ଲାର ୯ଗୋଟି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ତିନି ଶହରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗନେଇ ନିଜର ଲୁକାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଏହି ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ କୁମାର ସାହୁ, ଡଃ. ନବ ନିରୋଦ କର ସମ୍ମାନୀତଅତିଥି, ୧୨ନଂ ୱାର୍ଡ କାଉନସିଲର ଝରଣା ବେହେରା, ୧୬ନଂ ୱାର୍ଡ କାଉନସିଲର ସୁବାଷ ମଲିକ, ସମାଜସେବୀ ପ୍ରମୋଦ କୁମାର ସାହୁ ସମ୍ମାନିତଅତିଥି, ଗାଳ୍ପିକ ପ୍ରଦିପ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।ସହସମ୍ପାଦକ ଚନ୍ଦନ କୁମାର ଦାସ ସ୍ୱାଗତ ଭାଷଣ ଓ ଉପସଭାପତି ସତ୍ୟଜିତ ସାହୁ ଅତିଥିପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ଗିରି ସଂପାଦକୀୟ ବିବରଣୀ ପାଠ କରିଥିଲେ ।

ଚିତ୍ରକଳା ଶିକ୍ଷକ ସମ୍ମାନ ରାଜେନ୍ଦ୍ର କୁମାର ଦାଶ, ଶ୍ରେଷ୍ଠ ନୃତ୍ୟ ଗୁରୁ ସମ୍ମାନ ପ୍ରଶାନ୍ତ କୁମାର ପାତ୍ରଙ୍କୁ ବିଧାୟକ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଭାଷ୍ୟକାର ପ୍ରକାଶ କୁମାର ଭଟ୍ଟ ମାନପତ୍ର ପଠନ କରିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ମାନୀତ ଅତିଥିମାନଙ୍କ ଦ୍ୱାରା ଜିଲ୍ଲାର ଗୌରବ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ସମ୍ମାନ(ରାକେଶ ସାହୁ), ଆଜୀବନ ଛାତ୍ରବୃତ୍ତି (ଅଗ୍ରୀମା ଗିରି, ଆଞ୍ଚଲ ତ୍ରିପାଠୀ, ଆଦ୍ୟାଶା ତ୍ରିପାଠୀ, ଦେବସ୍ମିତା ବେହେରା, ଇତିସ୍ମିତା ପରିଡ଼ା), ଶ୍ରେଷ୍ଠ ଭିଡିଓ ଏବଂ ଫଟୋଗ୍ରାଫି (ତୁଷାର ରଥ), ଶ୍ରେଷ୍ଠ ଭାଷ୍ୟକାର (ପ୍ରକାଶ କୁମାର ଭଟ୍ଟ), ଶ୍ରେଷ୍ଠ ଇଭେଣ୍ଟ୍ ମ୍ୟାନେର୍ଜ (ସଞ୍ଜୟ କୁମାର), ଶ୍ରେଷ୍ଠ ଚଳଚିତ୍ର ଶିଶୁ କଳାକାର ସମ୍ମାନ (ତେଜ୍ ତନ୍ମୟ ଓ ଆୟେଶା ସାମଲ)ଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ନୃତ୍ୟ ଏବଂ ଚିତ୍ରାଙ୍କନରେ ଶ୍ରେଷ୍ଠ ତିନି ଜଣ ଉଭୟ କନିଷ୍ଠ ଓ ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ, ଟ୍ରଫି ପ୍ରଦାନ କରାଯାଇଥିଲା ।

ଫିଟ୍ ଅଫ୍ ଫାୟାର ଡ୍ୟାନ୍ସ ଏକାଡେମୀର ଉଭୟ (ପଟ୍ଟାମୁଣ୍ଡାଇ ଓ ସିଙ୍ଗରି ଶାଖ)ରୁ ଏକ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ ଉତ୍ସବରେ ଯୋଗଦେଇ ଶତଧିକ ଦର୍ଶକମାନଙ୍କୁ ମନୋରଞ୍ଚନ କରିଥିଲେ । ପରିଶେଷରେ ଅନୁଷ୍ଠାନର ଉଭୟ ନୃତ୍ୟ ଓ ଚିତ୍ରାଙ୍କନ ବିଭାଗରେ ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । ଶେଷରେ ନୃତ୍ୟଗୁରୁ ପ୍ରଶାନ୍ତ କୁମାର ପାତ୍ର ଧନ୍ୟବାଦ୍ ଦେଇଥିଲେ ।

 

Go back

Your message has been sent

Warning
Warning
Warning
Warning

Warning.


Discover more from

Subscribe now to keep reading and get access to the full archive.

Continue reading