ଲୋକନାଥ ମହାରଥୀ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତ



କେନ୍ଦ୍ରାପଡ଼ା,୧୪ା୨: ଅଖିଳ ଭାରତ କଂଗ୍ରେସ କମିଟି ଅନୁମୋଦନ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ରୂପେ ଲୋକନାଥ ମହାରଥୀଙ୍କୁ ନିଯୁକ୍ତ କରିଛନ୍ତି । ଶ୍ରୀ ମହାରଥୀ ପୂର୍ବରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଓ ପିସିସି ସଭ୍ୟ, ମହାକାଳପଡା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସୂଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି । ମହାକାଳପଡାରୁ ଜନ୍ମିତ ଶ୍ରୀ ମହାରଥୀ ଛାତ୍ର ରାଜନୀତିରୁ ଆରମ୍ଭ କରି ଦୃଢ ସଂଗଠକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । ଶ୍ରୀ ମହାରଥୀଙ୍କୁ ଜିଲ୍ଲା ସଭାପତି ଭାବେ ଘୋଷଣା ହେବା ପରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ଯୁବ ନେତୃତ୍ୱ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲା କଂଗ୍ରେସ ସଂଗଠନକୁ ମଜଭୁତ୍ କରିବା ସହ ଆଗାମୀ ଦିନରେ ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନ ଲଢାଯିବ ସହିତ ୨୦୨୪ ନିର୍ବାଚନରେ ଜିଲ୍ଲାରେ ସମସ୍ତ ବିଧାନ ସଭା ଓ ଲୋକସଭାକୁ କଂଗ୍ରେସ ହାତେଇବ ବୋଲି ଶ୍ରୀ ମହାରଥୀ ନିଜ ମତରେ ପ୍ରତିକ୍ରିୟା ରଖିଛନ୍ତି ।


Next Post

୧୬ରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷା

Thu Feb 15 , 2024
କେନ୍ଦ୍ରାପଡ଼ା: ଆସନ୍ତା ୧୬ତାରିଖରୁ ଆରମ୍ଭ ହେବାକୁ ଯାଉଛି +୨ ବାର୍ଷିକ ପରୀକ୍ଷା । ଏହି ପରୀକ୍ଷା ମାର୍ଚ୍ଚମାସ ୨୦ତାରିଖରେ ଶେଷ ହେବ । ଏହି ପରୀକ୍ଷା ପାଇଁ ଜିଲ୍ଲାର ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଶ୍ନପତ୍ର ହବ୍ କରାଯାଇ ସେଠାରେ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ଗୁଡିକୁ ଗଛିତ ରଖାଯାଇଛି । ୨୪ ଙ୍ଘ ୭ଏହି ପ୍ରଶ୍ନପତ୍ର ହବ୍ ଗୁଡିକ ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥାରେ ରହିବାର ବ୍ୟବସ୍ଥା କରାଯାଇଛି […]

You May Like