ପଦାରେ ପଡ଼ିଲା ଜିଲ୍ଲା ପରିଷଦ ଓ ସରପଞ୍ଚଙ୍କ କଳି


 

କେନ୍ଦ୍ରାପଡା ୧୬/୨- ଗରଦପୁର ବ୍ଲକ ଭଗବାନପୁର ପଞ୍ଚାୟତରେ ବିଜେଡି କଳି ଘରୁ ବାହାରକୁ ଆସି ପଦାରେ ପଡିଯାଇଛି । ଏହି ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର କୁମାର ମଲ୍ଲିକ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ଅନୁଗତ ହୋଇନଥିବା ହେତୁ ଆଜି ଅନୁଷ୍ଠିତ ହେଉଥିବା ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ,ଜିପିଓଙ୍କ ସମେତ ବ୍ଲକ ଅଧ୍ୟକ୍ଷ ବି ଯୋଗ ନଦେବା ଆଲୋଚନା ବିଷୟ ପାଲଟିଛି । ଏହାଛଡା ଉକ୍ତ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ଓ ଏବେକାର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ ବହୁ ଦୁର୍ନୀତି ଓ ଅନିୟମିତତାର ସଂପୃକ୍ତ ଥିବା ନେଇ ବର୍ତ୍ତମାନର ସରପଞ୍ଚ ବିରୋଧ କରିବାରୁ ବେଳେ,ପଞ୍ଚାୟତର ନିଜ ଗ୍ରାମ ଭଗବାନପୁର ରେ ଉକ୍ତ କାର୍ଯ୍ୟକ୍ରମ ହେଉଥିଲା ବେଳେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତଙ୍କ ଅନୁପସ୍ଥିତି ଓ ତାଙ୍କ ନାମରେ ଅଭିଯୋଗ ମଧ୍ୟ ବିଜେଡି କଳିକୁ ଆହୁରି ରୋଚକ ମୋଡକୁ ନେଇ ପହଞ୍ଚିଛି । ଖାଲି ସେତିକି ନୁହେଁ ପ୍ରତି ପଞ୍ଚାୟତ ରେ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବଖାଉଣୁ ଥିବା ବେଳେ ଏହି ପଞ୍ଚାୟତ କି ପାପ କରିଛି କେଜାଣି, ଆସିଲେ ତ ନାହିଁ କି ସରକାର ଙ୍କ ପକ୍ଷରୁ ଛପା ଯାଇଥିବା ଉନ୍ନତ ମୂଳକ ପୁସ୍ତିକା ମଧ୍ୟ ଦେବାକୁ ମନାକରି ଦେଲେ । ଏହି କାର୍ଯ୍ୟକ୍ରମ ପାଇଁ ବିଡ଼ିଓଙ୍କୁ ଚାରି ଦିନ ତଳୁ ନିମନ୍ତ୍ରଣ କରାଯାଇ ଥିଲା । ଏପରି କି ବ୍ଲକର ସମସ୍ତ ଅଧିକାରୀଙ୍କୁ ନିମନ୍ତ୍ରିତ କରାଯାଇଥିଲା । ତାହାଛଡା ଜିଲ୍ଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲେ ବି ସେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ କୁ ବିରୋଧ କରି ଆସିଲେ ନାହିଁ । ଏପରିକି ତାଙ୍କର ଅନୁଗତ କୁ ପଞ୍ଚାୟତ ସାରା ପଠାଇ ଏହି କାର୍ଯ୍ୟକ୍ରମ କୁ ନ ଆସିବା ପାଇଁ ମନା କରି ଦେଇଥିଲେ । ତଥାପି ଆଜିର କାର୍ଯ୍ୟକ୍ରମ ସଫଳତା ସହ ସଂପୂଣ୍ଣ ହୋଇଥିବା ବେଳେ ପଞ୍ଚାୟତ ବାସୀ ଖୁସି ଅଛନ୍ତି ବୋଲି କହିଛନ୍ତି । କେବଳ ସେତିକି ଉକ୍ତ ପଞ୍ଚାୟତ ରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆସିଥିବା କମ୍ୟୁନିଟ ସେଣ୍ଟର କୁଆଡେ ଉଭାନ ହୋଇଯାଇଛି ଏବଂ କମୁନିଟ କେନ୍ଦ୍ର ଟଙ୍କାରେ ନିଜ ଜାଗାରେ ଘର କରି ନିଜର ଇଟାଭାଟି କାର୍ଯ୍ୟାଳୟ କରିଛନ୍ତି । ଏନେଇ ଉକ୍ତ ଗ୍ରାମର ସୂଚନା ଅଧିକାର କର୍ମୀ ସୂଚନା ମାଗିଲା ପରେ ଜିଲ୍ଲା ପରିଷଦ ସଭ୍ୟ ଙ୍କ ପୁଅ ତାଙ୍କୁ ମଧ୍ୟ ମାରାତ୍ମକ ଆର୍କମଣ କରିଥିଲେ । ଏନେଇ କୁଦାନଗରୀ ଥାନାରେ କେଶ୍ ଋଜୁ କରାଯାଇଛି । ଏହାଛଡା ଉକ୍ତ ପଞ୍ଚାୟତ କୁ ଆସିଥିବା କଲ୍ୟାଣ ମଣ୍ଡପ ବି କେଉଁଠି ହୋଇଛି ତାହା ମଧ୍ୟ ତଥ୍ୟ ଦେବାକୁ ବ୍ଲକ ପ୍ରଶାସନ ମନାକରି ଦେବା ଦ୍ୱାରା ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଏହାଛଡା ୫ ଟି କାର୍ଯ୍ୟରେ ପିସି ନେଇ ନିଜ ଅନୁଗତକୁ କାମ ଦେଇ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ପଞ୍ଚାୟତ ବାସୀ ପ୍ରଶ୍ନ କରିବେ ବୋଲି ଜିଲ୍ଲା ପରିଷଦ ସଭ୍ୟ ଅନୁପସ୍ଥିତି ରହିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାବ୍ୟତୀତ ଉକ୍ତ ପଞ୍ଚାୟତ ରେ ସମବାୟ ସମିତି ପ୍ରତିଷ୍ଠା ନେଇ ମଧ୍ୟ ଉଭୟ ଙ୍କ ମଧ୍ୟରେ ଦ୍ୱନ୍ଦ ହେବାରୁ ସମିତି ମଧ୍ୟ ପ୍ରତିଷ୍ଠା ନହୋଇ ବନ୍ଦ ହୋଇ ରହିଛି । ସରପଞ୍ଚ ସମବାୟ ମନ୍ତ୍ରୀଙ୍କ ଙ୍କ ଅନୁଗତ ହୋଇଥିବା ହେତୁ ବିଧାୟିକା ଏହି ସମିତି ପ୍ରତିଷ୍ଠା ରେ ବାଧକ ସାଜିଛନ୍ତି । ଏହି ସବୁ ଦ୍ୱନ୍ଦ ଯୋଗୁଁ ଉଭୟେ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ଙ୍କ ମଧ୍ୟରେ କଳି ଶିଖର ରେ ପହଞ୍ଚିଛି । ତେବେ ସାଧାରଣ ନିର୍ବାଚନ ଆଉ ମାତ୍ର କେଇଟା ଦିନ ଥିବାରୁ ଏହି କଳି ବିରୋଧୀ ଙ୍କୁ ସୁହାଇବ ବୋଲି ଆଲୋଚନା ହେଉଛି ।