ଶ୍ରୀରାମପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଂଚାୟତରେ ରାଜ୍ୟ ସରକାରଙ୍କ  ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଶ୍ରୀରାମପୁର ପଂଚାୟତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଅନୁଦାନରେ ଯୁବବିକାଶ କେନ୍ଦ୍ର, ମିଶନଶକ୍ତି ଗୃହ ନିର୍ମାଣ, ଦେବାଦେବୀ ମନ୍ଦିର ଉନ୍ନତିକରଣ, ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ସ୍କୁଲ ଗୃହ ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । ଶ୍ରୀରାମପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ରାଜ୍ୟରେ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ସରକାରୀ ଯୋଜନାର ବାର୍ତା ଘରେ ଘରେ ପହଞ୍ଚାଇବା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ଶ୍ରୀରାମପୁର ପଂଚାୟତ ସରପଞ୍ଚ ସସ୍ମିତା ସେଠୀ ଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବି ଡି ଓ ଶୁଭ୍ରାଂଶୁ ସାହୁ ଯୋଗ ଦେଇ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ସମିତିସଭ୍ୟ ଉତ୍ତମ ଜେନା ,କନିଷ୍ଠ ଯନ୍ତ୍ରୀ କତୃଶେଷ ବ୍ରହ୍ମା ସାହୁ , ସମାଜସେବୀ କ୍ଷୀରୋଦ ସାମନ୍ତରାୟ,ଯୁବନେତା ପ୍ରତାପ ସେଠୀ, ସଂଗ୍ରାମ ସ୍ୱାଇଁ, ସଞ୍ଜୟ ରାଉତ, ପ୍ରେମାନନ୍ଦ ସେଠୀ ପି ଇ ଓ ସଂଜୀବ ବେହେରା ,ଜି ଆର ଏସ ସୁମିତ୍ରା ସାହୁ ପ୍ରମୁଖ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯକାରୀ ହୋଇଥିବା ପ୍ରକଳ୍ପ ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲ । କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସରକାରୀ ଯୋଜନା ସମ୍ପର୍କ ଜନସଚେତନତା ସୃଷ୍ଟି କରିଥିଲେ । ଶେଷରେ ସଂଜୀବ ବେହେରା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀରାମପୁର ପଂଚାୟତର ବହୁ ସଂଖ୍ୟକ ମହିଳା ପୁରୁଷ ଓ ଯୁବକ ମାନେ ଯୋଗ ଦେଇଥିଲେ ।


Next Post

ତରଡ଼ିପାଳ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

Fri Feb 16 , 2024
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ  ପଟ୍ଟାମୁଣ୍ଡାଇ ବ୍ଲକର ତରଡ଼ିପାଳ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ତରଡ଼ିପାଳ ପଂଚାୟତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଅନୁଦାନରେ ଯୁବବିକାଶ କେନ୍ଦ୍ର, ମିଶନଶକ୍ତି ଗୃହ ନିର୍ମାଣ, ଦେବାଦେବୀ ମନ୍ଦିର ଉନ୍ନତିକରଣ, ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ସ୍କୁଲ ଗୃହ […]

You May Like