କପାଳେଶ୍ୱର ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ



କେନ୍ଦ୍ରାପଡ଼ା,୨୩/୩: କପାଳେଶ୍ୱର ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀ ଗରାପୁର ଦି’ ପ୍ୟାଲେସଠାରେ ପୂର୍ବତନ ସରପଞ୍ଚ ବିଶ୍ୱଜିତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୧୯ ତୁଳନାରେ ୨୦୨୪ରେ ଗାଁ ୱରୀ କଂଗ୍ରେସର ସ୍ଥିତି ସମୀକ୍ଷା କରାଯାଇଥିଲା । ନିର୍ବାଚନ ନିମନ୍ତେ ଗୋଟିଏ ପଞ୍ଚାୟତ ନିର୍ବାଚନ କମିଟି ସହ ବୁଥ୍ କମିଟିମାନ ଗଠନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ ୨୦୨୪ ନିର୍ବାଚନର ଗୁରୁତ୍ୱ ଉପରେ ଆଲୋଚନା କରିବା ସହ କର୍ମୀମାନଙ୍କୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ‘ଆମେ ବିଧାନସଭା ଯିୁବା’ ଲକ୍ଷ୍ୟ ହାସଲ କରିବାକୁ ନିବେଦନ କରିଥିଲେ । ଶ୍ରୀ ବେହେରା କର୍ମୀମାନଙ୍କ ମଧ୍ୟରେ ପଞ୍ଚାୟତର ଭୋଟ୍‌ଦାତାଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ‘ମୁଁ ଆପଣଙ୍କର, ଜ୍ୟେଷ୍ଠେ କଦଳୀ ଆଷାଢେ କିଆ, ଡାକ ନ ଡାକ ହୋଇବି ଠିଆ’ । ଏହି କର୍ମୀ ସମ୍ମିଳନୀରେ ପଞ୍ଚାୟତ କଂଗ୍ରେସ ସଭାପତି ବ୍ରହ୍ମାନନ୍ଦ ଭଦ୍ର, ପଞ୍ଚାୟତ କଂଗ୍ରେସ ଆବାହକ ମୃତ୍ୟୁଞ୍ଜୟ ମହାନ୍ତି, କୃଷି ସମବାୟ ସମିତି ସଭାପତି ପ୍ରଦ୍ୟୁମ୍ନ ଜେନା, ପୂର୍ବତନ ସରପଞ୍ଚ ଜ୍ଞାନରଞ୍ଜନ ମହାନ୍ତି, ଉପସଭାପତି ରଘୁନାଥ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ପରାଜ ସାଜିଆଦ୍‌, ଧୀରେନ୍ଦ୍ର ନାଥ ନାୟକ, ପ୍ରେମେଶ ପାତ୍ର, ସେକ୍ ଲାଲବାବୁ, ବିପିନ ବିହାରୀ ପରିଡା, ରଘୁନାଥ ମଲ୍ଲିକ, ରମେଶ ଚନ୍ଦ୍ର ମହାନ୍ତି, ନୃସିଂହ ଚରଣ ସେଠୀ, ଦିବାକର ନାୟକ, ଅକ୍ଷୟ କୁମାର ବେହେରା, ସେକ୍ ସମିର୍ ଭବିନ, ପୁଟୁଆଁ ଖାନ, ରମେଶ ଚନ୍ଦ୍ର ଦାସ, ସୁଶାନ୍ତ ସାମଲ, ପୁରୁଷୋତ୍ତମ ମଲ୍ଲିକ, ମଣ୍ଟୁ ମଲ୍ଲିକ, ବାନାମ୍ବର ମଲ୍ଲିକ, ଅକ୍ଷୟ କୁମାର ବେହେରା, ଫକିର ମଲ୍ଲିକ, ଦେବେନ୍ଦ୍ର ସ୍ୱାଇଁ, ଚନ୍ଦ୍ରମଣି ସେଠୀ, ରମେଶ ଚନ୍ଦ୍ର ବେହେରା, ରଜନୀକାନ୍ତ ନାୟକ, ସୁକାନ୍ତ କୁମାର ପଣ୍ଡା, ଇନ୍ଦ୍ରମଣୀ ନାୟକ, ହେମନ୍ତ ସାମଲ, ଦୟାନିଧି ବାରିକ, ରମାକାନ୍ତ ରାଉତ, ନାରାୟଣ ମହାନ୍ତି, ଅକ୍ଷୟ ସାହୁ, ହିମାଂଶୁ ରାଉତ, ବିକ୍ରମ ମହାପାତ୍ର, ତାପସ କୁମାର ମଲ୍ଲିକ, କାର୍ତ୍ତିକ ଘଡାଇ, ଲକ୍ଷ୍ମୀଧର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ବେହେରା, ସନ୍ତୋଷ କୁମାର ମହାପାତ୍ର, ଲିକୁ ମହାପାତ୍ର, କିଶୋର କୁମାର ମଲ୍ଲିକ, ନବ ସେଠୀ ଓ ସାର୍ଥକ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇ ଗଣେଶ୍ୱର ବେହେରାଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading