ଗାଙ୍ଗପଡା ଗ୍ରାମପଞ୍ଚାୟତରେ ବିଜେଡି କର୍ମୀ ସମ୍ମିଳନୀ



କେନ୍ଦ୍ରାପଡ଼ା, ୩୦ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତରେ ବିଜୁଜନତାଦଳର ଏକ କର୍ମୀ ସମ୍ମିଳନୀ ଜିଲ୍ଲା ସଭାପତିଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ମମତାରାଣୀ ଧଳଙ୍କ ସଭାପତିତ୍ୱରେ ଗୋଗୁଆବଜାର ଠାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ପଞ୍ଚାୟତର ଆଗଧାଡିର ବରିଷ୍ଠ ଦଳୀୟକର୍ମୀମାନେ ଯୋଗଦେଇ ଥିଲେ । ଦଳର ସଂଗଠନକୁ ମଜଭୁତ କରି ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀମାନଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ବରିଷ୍ଠ ସଦସ୍ୟ ମୁରଲୀଧର ଦାସ, ହଳଧର ସାହୁ, ତାପସ ନାୟକ, ଅନଙ୍ଗଭିମ ରାଉତ, ସୁନିତ କୁମାର ବଳ, ତ୍ରିଲୋଚନ ପାତ୍ର, ବିଜୁ ଯୁବଜନତାଦଳ ସଭାପତି ଅସିତବନ୍ଧୁ ଧଳ, ବିଚିତ୍ରାନନ୍ଦ ଯେନା, ବୈରାଗୀ ସେଠୀ, ଦୈତାରୀ ମଳିକ, ୱାର୍ଡମେମ୍ବର କୈଳାସ ପରିଡା, ଅର୍ଜ୍ଜୁନି ରାଉତ, ପବିତ୍ର ସ୍ୱାଇଁ, ସୁରେଶ ପରିଡା, ଗଗନ ପ୍ରଧାନ, ମୁରଲୀଧର ସାହୁ, ପବିତ୍ର ବଳ, ରଘୁନାଥ ନାୟକ, ନିର୍ମଳ ବଳ, ଅଜୟ ପରିଡା, ସେକ ଗୋରା, ସେକ ଉସିମୁଦ୍ଦିନ, ସେକ ସରାଫତ, ହେମନ୍ତ ପ୍ରଧାନ, ଚନ୍ଦ୍ରଶେଖର ବେହୁରା, ବିଶ୍ୱଜିତ ରାଉତ, ଦିବାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading