କେନ୍ଦ୍ରାପଡାରେ ମଦର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ


କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ହାଇସ୍କୁଲଛକରେ ଆଜି ମଦର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ନାମରେ ଏକ ନୂତନ ପବ୍ଲିକ ସ୍କୁଲ ଉଦଘାଟିତ ହୋଇଯାଇଛି । ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଏହି ସ୍କୁଲକୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଦି ଚାରିଟି ସିଟି ଟ୍ରଷ୍ଟର ଅଧ୍ୟକ୍ଷ ସୟଦ ଏସଦାନ ଅଲ୍ଲୀ(ଟିଚୁଭାଇ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ବରିଷ୍ଠ କାଉନସିଲର ହିବଜୁର ରହେମାନ୍‌, ବିଜେଡି ସଂଖ୍ୟାଲଘୁ ସେଲ ଜିଲ୍ଲା ସଭାପତି ମହମ୍ମଦ ସେକ ଇନାୟତ୍‌(ଚନ୍ଦନ)ଓ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ହେମନ୍ତ କୁମାର ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଅତ୍ୟନ୍ତ ସୁରକ୍ଷିତ ତଥା ସ୍ୱାସ୍ଥ୍ୟପ୍ରଦ ବ୍ୟବସ୍ଥା ଥିବା, ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ରହୁଥିବା ଅତ୍ୟାଧୁନିକ ଖେଳପଡିଆ ସହ ସମସ୍ତ ଆଧୁନିକ ପ୍ରଣାଳୀର ସୁବିଧା ସୁଯୋଗ ଥିବା ଏବଂ ପ୍ରଶିକ୍ଷଣପ୍ରାପ୍ତ ତଥା ନିଷ୍ଠାପର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ କେନ୍ଦ୍ରାପଡାରେ ଏହି ବିଦ୍ୟାଳୟଟି ଦିନେ ଶିକ୍ଷା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ବିଦ୍ୟାଳୟରେ ବର୍ତ୍ତମାନ ପାଇଁ ପ୍ଲେସ୍କୁଲ ଠାରୁ ଆରମ୍ଭ କରି ଏଲକେଜି, ୟୁକେଜି ଓ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି । ସ୍କୁଲର ସଭାପତି ସେକ ଅନିସୁଦ୍ଦିନ ଖାଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲର ଅଧ୍ୟକ୍ଷ ସେକ ଏନାମୁଲ ହକ୍ ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading