ଆଦର୍ଶ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ


କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ-ଜମରାସ୍ଥିତ ମା’ମଙ୍ଗଳା ଉଚ୍ଚ ବିଦ୍ୟାପୀଠର ଆଦର୍ଶ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓଷ୍ଟାର ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଉଦ୍‌ଘାଟନ କରିଥିବା ବେଳେ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ରାଜ୍ୟ ଓଷ୍ଟା କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ପ୍ରାକ୍ତନ କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା, ଜିଲ୍ଲା ତଥା ରାଜ୍ୟ ଓଷ୍ଟା ପ୍ରାକ୍ତନ ସମ୍ପାଦକ ତୈଲୋକ୍ୟନାଥ ସ୍ୱାଇଁ, କେନ୍ଦୁଝର ଜିଲ୍ଲା ପ୍ରାକ୍ତନ ସମ୍ପାଦକ ଚିନ୍ତାମଣୀ ଜେନା, ଶିକ୍ଷା ପ୍ରଦୀପର ପ୍ରାକ୍ତନ ସମ୍ପାଦକ କାଳୀ ପ୍ରସାଦ ନାୟକ, ନିର୍ମଳ କୁମାର ନାୟକଙ୍କର ଛାତ୍ର ଜୀବନର ପ୍ରଧାନ ଶିକ୍ଷକ, ଅମଠପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍ସବାନନ୍ଦ ରାଉତ, ଅନ୍ୟତମ ସମ୍ପାଦକ ନିର୍ମଳ କୁମାର ଜେନା, ଜିଲ୍ଲା ଓଷ୍ଟା ପ୍ରାକ୍ତନ ସମ୍ପାଦକ ତପନ କୁମାର ସିଂହ, ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ବନବିହାରୀ ଦାସ, ଆନନ୍ଦପୁର ବ୍ଲକ ସଭାପତି ବିଜୟ କୁମାର ସୁର, ସମ୍ପାଦକ ପ୍ରଦୀପ କୁମାର ହଜାରି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ଜିଲ୍ଲା ଓଷ୍ଟା ସଭାପତି ପ୍ରମୋଦ କୁମାର ବେହେରା, ପ୍ରାକ୍ତନ ଛାତ୍ର ପ୍ରଫୁଲ୍ଲ କୁମାର ଭଦ୍ର, ସୁଧାଂଶୁ ଶେଖର ପରିଡା, ଶାନ୍ତନୁ କୁମାର ବରାଳ, ଦୀପକ କୁମାର ସେଠୀ, ପ୍ରାକ୍ତନ ଛାତ୍ରୀ ଧରିତ୍ରୀ ବରାଳ, ମୋନାଲିସା ବାରିକ, ରେଖାରାଣୀ ବରାଳଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ, କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରୁ ଆସିଥିବା ବ୍ଲକ ସମ୍ପାଦକ, ବ୍ଲକ ସଭାପତି, ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ କମିଟି ସଦସ୍ୟା ନାରୀନେତ୍ରୀ ସରୋଜିନୀ ସ୍ୱାଇଁ, ଅନ୍ନପୂର୍ଣ୍ଣା ସାହୁ, ରିନାରାଣୀ ରାଉତ ପ୍ରମୁଖ ଯୋଗ ଦେଇ ନିର୍ମଳ କୁମାର ନାୟକ କେବଳ ଜଣେ କୃତୀ ବିଦ୍ୟ ପ୍ରଧାନ ଶିକ୍ଷକ ନଥିଲେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ଢୋଲ-ଜମରା ନୁହେଁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଏକ ମାଇଲ ଖୁଣ୍ଟ ହୋଇ ରହିଛନ୍ତି । ଏହି ସମାରୋହରେ ଶିକ୍ଷକ ନେତା ପ୍ରଣବ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ବୈଷ୍ଣବ ଚରଣ ଦାସ ଧନ୍ୟବାଦ ଦେଇଥିଲେ । ଉତ୍ସବକୁ ଟିଟିକାନ୍ତ ନାୟକ, ଭଗବାନ ସାହୁ, ଅଲେଖ ଚନ୍ଦ୍ର ମହାନ୍ତି, ବାବାଜୀ ଚରଣ ଦାସ, ଅରବିନ୍ଦ ନାୟକ, ଅଶୋକ କୁମାର ସାହୁ, ସୁବାଷ ଚନ୍ଦ୍ର ସାହୁ, ହିମାଂଶୁ ଶେଖର ପରିଡା, ବଟକୃଷ୍ଣ ସାମଲ, ଚିତ୍ତରଞ୍ଜନ ରାଉତ, ଅଜୟ କୁମାର ନାୟକ, ମନୋଜ କୁମାର ସାହୁ, ସଞ୍ଜୟ କୁମାର ନାୟକ, କିଶୋର କୁମାର ନାୟକ, ସନ୍ଧ୍ୟାରାଣୀ ବରାଳ, ରଞ୍ଜନ କୁମାର ବରାଳ, ଗିରିଶ ଜେନା, ଦିଗମ୍ବର ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି ସମାରୋହରେ ଅବସରପ୍ରାପ୍ତ ଅତିଥି ଶିକ୍ଷକ ଚିତ୍ତରଞ୍ଜନ ରାଉତଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିର୍ମଳ କୁମାର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ତାଙ୍କର ଜୀବନ ଦର୍ଶନ ଅଧାରିତ ଅଭିନନ୍ଦନିକା ‘ନିର୍ମଳେନ୍ଦୁ’ ପୁସ୍ତିକାକୁ ପ୍ରଦୀପ କୁମାର ନାଗ ଉଦ୍‌ଘାଟନ କରିଥିବା ବେଳେ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ପୁସ୍ତକ ଉନ୍ମୋଚନ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading