ରାଜ୍ୟ ରାଜନୀତିରେ ଏବେ ବଡ଼ ବିସ୍ମୟକର ପରିସ୍ଥିତି ଅନୁଭୂତ ହେଉଛି । ୨୦୨୪ ସାଧାରଣ ନିର୍ବାଚନ ଘୋଷଣା ହେବାର ପ୍ରାକ୍ ଦୃଶ୍ୟପଟ ଜନସାଧାରଣଙ୍କ ମାନସିକତାକୁ ଦୋହଲାଇ ଦେଉଛି । ନିର୍ବାଚନ ପୂର୍ବରୁ ଭାଜପା ଓ ବିଜେଡି ମଧ୍ୟରେ ମେଂଟ ସରକାର ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ଏମିତି ହେଲେ ଉଭୟ ଦଳ ରାଜନଗର ବିଧାନସଭା ଆସନରୁ ଏକାଠି ନିର୍ବାଚନ ଲଢ଼ିବା ଥୟ ବୋଲି ରାଜନୈତିକ ସମିକ୍ଷକ ବିଚାର […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏସବୁ ପ୍ରକଳ୍ପ ତୈଳ ଓ ଗ୍ୟାସ୍‌, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ପରମାଣୁ ଶକ୍ତି କ୍ଷେତ୍ର ସହ ଜଡ଼ିତ । ଏହି ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ଓ […]

କେନ୍ଦ୍ରାପଡ଼ା, ୫ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସମାଜସେବୀ ଇଂ ମୂରଲୀଧର ସେଠୀଙ୍କ ଆହ୍ୱାନରେ ଏବଂ ସୁଦର୍ଶନ ମହାପାତ୍ରଙ୍କ ପରିଚାଳନାରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି, ପୂର୍ବତନ ପିପି ଭୀମସେନ ଭୂୟାଁ ମୁଖ୍ୟବକ୍ତା, ଆଇନଜୀବୀ ତଥା ଆରଏମସି ଉପାଧ୍ୟକ୍ଷ ବିଜୟ କୁମାର […]

କେନ୍ଦ୍ରାପଡ଼ା, ୫ା୩: ନିକିରାଇ ବନଦୂର୍ଗା ସାଂସ୍କୃତିକ ପରିଷଦ ପରିସରରେ ଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଯୁବ ନେତା ଦୁଷ୍ମନ୍ତ କୁମାତ ମଲ୍ଲିକଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ତଥା ଶିକ୍ଷକ ନେତା ପ୍ରଣବ କୁମାର ଜେନା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ବିଜୁବାବୁ କେବଳ ଓଡିଶାର ଜନସାଧାରଣମାନଙ୍କର ହୃଦୟର ସ୍ପନ୍ଦନ ନଥିଲେ ସେ ସମଗ୍ର ଭାରତ ବର୍ଷରେ ଜଣେ ଦୂରଦ୍ରଷ୍ଟା ରାଜନେତା, ଓଡିଆ […]

କେନ୍ଦ୍ରାପଡ଼ା, ୫ା୩: ଦେଶକୁ ପୋଲିଓ ମୁକ୍ତ କରିବା କ୍ରମରେ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଥିବା ପଲ୍‌ସ ପୋଲିଓ ଟୀକାକରଣର ଆଜି ହୋଇଛି ଶେଷ ଦିନ । । ୩ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅର୍ଥାତ୍ ଗତ ମାର୍ଚ୍ଚ ୩ ତାରିଖ ପ୍ରାତଃ ୮ ଘଟିକା ସମୟରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସହରାଞ୍ଚଳ ପ୍ରାଥମିକ […]

କେନ୍ଦ୍ରାପଡ଼ା ୫/୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରି ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ୱାଗତ ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରା ଛାତ୍ରଛାତ୍ରୀମାନେ ପାଇଥିବା ଛାତ୍ର ବୃତ୍ତିକୁ ସଦୁପଯୋଗ କରି ଉଚ୍ଚଶିକ୍ଷାରେ ଆହୁରି ଆଗକୁ ଯାଇ ପାରିବେ ବୋଲି ମତବ୍ୟକ୍ତ […]

କେନ୍ଦ୍ରାପଡ଼ା ୫/୩: ପ୍ରବାଦ ପୁରୁଷ, ଆଧୁନିକ ଓଡିଶାର ନିର୍ମାଣ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ସମାରୋହ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଅତିରିକ୍ତ […]

ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ବାଇପାସ ଠାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ନୂତନ କାର୍ଯ୍ୟାଳୟ ଓ ୧.୫କୋଟି ଟଙ୍କା ବ୍ୟୟରେ ବାଲିପଡ଼ା ଠାରେ ପଟ୍ଟାମୁଣ୍ଡାଇ ସ୍ମାର୍ଟ ସ୍ମଶାନ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୌର ପରିଷଦ ନୂତନ କାର୍ଯ୍ୟାଳୟ ଓ ନୂତନ ସ୍ମାର୍ଟ ସ୍ମଶାନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । […]

ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ତଥା ପଂଚାୟତିରାଜ ଦିବସ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ମଙ୍ଗଳବାର ପୁରୁଣା ବସଷ୍ଟାଣ୍ଡ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଳକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ନୂତନ ସମୃଦ୍ଧ ଓଡିଶା ଗଠନର ବିନ୍ଧାଣୀ ବିଜୁ ପଟ୍ଟନାୟକଙ୍କ ବଳିଦାନ ବୀରତ୍ୱର ଗାଥା ଓଡ଼ିଆ […]

କେନ୍ଦ୍ରାପଡ଼ା, ୫ା୩: ଏକ ହତ୍ୟା ମାମଲାର ବିଚାର କରି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ ଅଜୟ କୁମାର ପ୍ରଧାନ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଂଟା ପଂଚାୟତ ସିମୁଳିଆ ଗ୍ରାମର ପରିକ୍ଷୀତ ସ୍ୱାଇଁଙ୍କ ସମେତ ୫ଜଣ ଏକ ଜମିବାଡି ବିବାଦକୁ ନେଇ ଗତ ୨୦୨୦ ମସିହା ମଇମାସ ୨୯ ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ସେହି […]

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଠାରେ ପରମକାରୁଣିକ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଦେବଙ୍କ ସତସଙ୍ଗ ଓ ଭକ୍ତମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସନ୍ୟାସୀ ଭୀମସେନ ଦାସ ମହାରାଜ ଓ ବାବାଜୀ ଜଗବନ୍ଧୁ ଦାସ ମହାରାଜଙ୍କ ତତ୍ୱାବଧାନରେ ଭଜନ ଜଣାଣ ଗୋଷ୍ଟିସ୍ତବ, ଷୋଡ଼ଶ ଉପଚାରପୂଜା, ପ୍ରବଚନ, ମଣୋହି ଆବାହନ କୀର୍ତନ ଆଦି ନୀତିକାନ୍ତ ଯଥାରୀତି ସମ୍ପନ୍ନ ହୋଇଥିଲା । ସମବାୟବିତ ଚିତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି ଗୋଷ୍ଠୀ […]

  କେନ୍ଦ୍ରାପଡ଼ା, ୪ା୩: ମାର୍ଚ୍ଚ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଣ୍ଡିଖୋଲ ଗସ୍ତ କାର୍ଯ୍ୟକ୍ରମ ବେଳେ ପାରାଦୀପ- କେନ୍ଦ୍ରାପଡା- କେଉଁଝର ଯାତ୍ରିବାହୀ ଟ୍ରେନ ଚଳାଚଳର ଶୁଭାରମ୍ବ କରିବାକୁ ଘୋଷଣା କରାଯାଇଛି । ଏଥିସହିତ କୁହାଯାଇଛି କେନ୍ଦ୍ରାପଡାବାସୀଙ୍କର ଅନେକ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏଠି ପ୍ରଶ୍ନ ଆସୁଛି କେନ୍ଦ୍ରାପଡା ଜିଲ୍ଲା ସବୁ ଦୃଷ୍ଟିରୁ ପଛୁଆ । ଜିଲ୍ଲାବାସୀଙ୍କ ବହୁ ଦିନର ଦାବି ଗୁଡିକ ମଧ୍ୟରୁ ଜିଲ୍ଲାକୁ ରେଳ […]

କେନ୍ଦ୍ରାପଡ଼ା, ୪ା୩: କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ଗରାପୁରସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟରେ ଜିଲ୍ଲା କାର୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରଭାକର ପଲାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଯାଦବ ମାନେ ନିର୍ବାଚନରେ ଭାଗ ନେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପାର୍ôଥମାନେ ଆବେଦନ କରିଥିବା ଆବେଦନ ପତ୍ରକୁ ସ୍କ୍ରିନିଂ କମିଟି […]

କେନ୍ଦ୍ରାପଡ଼ା, ୪ା୩: ତୃତୀୟପକ୍ଷ ଠିକାଦାରଙ୍କ ଜୁଲମ ବିରୋଧରେ ଏଆରଟେଲ ଅଧିନରେ ନିଯୁକ୍ତିପ୍ରାକ୍ତ ଟେକନିସିଆନମାନେ ଆଜି କେନ୍ଦ୍ରାପଡା ସଦର ଥାନା ସମ୍ମୁଖରେ ପ୍ରତିବାଦ କରିଥିବା ଦେଖାଯାଇଛି । ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡ ନାମକ ଏକ ତୃତୀୟ ପକ୍ଷ ଠିକାଦର ବିକାଶ ଚନ୍ଦ୍ର ନାୟକ ନାମକ ଜନୈକ ଟେକନିସିଆନଙ୍କ ନାମରେ କେନ୍ଦ୍ରାପଡା ସଦର ଥାନାରେ କରିଥିବା ମିଥ୍ୟା ଅଭିଯୋଗକୁ ନେଇ ନିଖିଳ ଓଡିଶା ଭାରତୀ ଇନଫ୍ରାଟେଲ କଣ୍ଟ୍ରାକଚୁଆଲ ଟେକନିସିଆନସ ୟୁନିଅନ ପକ୍ଷରୁ […]

କେନ୍ଦ୍ରାପଡ଼ା, ୪ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନୂତନ ଅଧ୍ୟକ୍ଷା ଭାବେ ସୁଲୋଚନା ଦେହୁରୀ ଯୋଗଦେଇଛନ୍ତି । ଏଥିପୂର୍ବରୁ ଶ୍ରୀମତୀ ଦେହୁରୀ ଯାଜପୁର ଜିଲ୍ଲାର ଡୋଲିପୁରସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବରିଷ୍ଠ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଏଠାରେ ଯୋଗଦେବା ପରେ ପୂର୍ବତନ କାର୍ଯ୍ୟାଳୟ ସହକାରୀ ରାଜକିଶୋର ଲେଙ୍କା ଅଧ୍ୟକ୍ଷା ଶ୍ରୀମତୀ ଦେହୁରୀଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ […]

କେନ୍ଦ୍ରାପଡ଼ା ୪/୩: ଆଜି କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି କହିଛନ୍ତି ଯେ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ନିଷ୍ପତ୍ତି କଂଗ୍ରେସର ଏକ ବଡ ବିଜୟ । ଏହି ବିଜୟ ପାଇଁ ସେ କେନ୍ଦ୍ରାପଡାବାସୀ ଓ ସମସ୍ତ ସହଯୋଗୀ କଂଗ୍ରେସ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ବେହେରା ଆହୁରି […]

କେନ୍ଦ୍ରାପଡା -୪/ ୩ – ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ପ୍ରମୂଖ କର୍ମକର୍ତ୍ତା ଗଣ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ ହେବା ଅନୁଷ୍ଠାନ ପାଇଁ ଗୌରବର ବିଷୟ । ସାରସ୍ୱତ ପ୍ରତିଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ପ୍ରାୟୋଜିତ “ଲୋକ ଗଳ୍ପ ମହୋତ୍ସବ ଓ ସାରସ୍ୱତ ସମାରୋହ’ ରେ ପ୍ରାୟୋଜିତ ସାରସ୍ୱତ ସମ୍ମିଳନୀରେ ଅନୁଷ୍ଠାନର ପ୍ରତିଷ୍ଠାତା ଡଃ ସଂଗ୍ରାମ କେଶରୀ […]

କେନ୍ଦ୍ରାପଡା, ୪/୨୪ : କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ କମାରଖଣ୍ଡି ଗ୍ରାମର ସୁଦର୍ଶନ ବେହେରାଙ୍କ ପୁତ୍ର ପ୍ରଦୀପ ବେହେରା ଦୀର୍ଘ ୧ବର୍ଷ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଦୁଇଟିଯାକ କିଡ୍‌ନୀ ନଷ୍ଟ ହୋଯାଇଛି । ଯାହାଫଳରେ ସପ୍ତାହକୁ ଦୁଇଥର ଡାଇଲିସିସ୍ ହେଉଅଛି । ଗତ କିଛିଦିନ ତଳେ ଦୁଇଥର ଅସ୍ତ୍ରୋପଚାର କରାଯାଇଛି । ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିଲେ ମଧ୍ୟ ୫ଲକ୍ଷରୁ ଉର୍ଦ୍ଧ୍ୱରୁ ଅଧିକ ଟଙ୍କା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଶାସନ ପଂଚାୟତ ନିମପୁର ଗ୍ରାମର ବ୍ରାହ୍ମଣୀ ନଦୀ ତୁଠରେ ଗତ ୨ ତାରିଖ ଦିନ ୧୨ ଟା ବେଳେ ରଙ୍ଗ କାମ କରୁଥିବା ୨ ଜଣ ଅଣଓଡିଆ ଶ୍ରମିକ ଗାଧୋଇବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇ   ଗୋଡ ଖସି  ଯିବାରୁ ସେମାନେ ନଦୀ ସୁଅରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ ।  ଖବର ପାଇ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ ବୋଟ ସହ […]

କେନ୍ଦ୍ରାପଡ଼ା, ୩ା୩: କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ଆନୁକୂଲ୍ୟରେ ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ବେହେରା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶରତ କୁମାର ବେହେରା, ସମ୍ପାଦକ ସୁମନ୍ତ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢିହାରୀ, କୋଷାଧ୍ୟକ୍ଷ ସୁସିଲ କୁମାର ସାମଲ, […]

କେନ୍ଦ୍ରାପଡା ୩/୩ -ଗରୀବ ବାସହୀନ ଲୋକଙ୍କୁ ପକ୍କାଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କାଘର ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ କେତେଜଣ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଆନ୍ତରିକତାର ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁନାହାଁନ୍ତି । ଗରିବ ଲୋକଟିକୁ ଆବାସ ମିଳୁ ନ ଥିବା ବେଳେ କୋଠା ଘରେ ରହୁଥିବା ଲୋକଙ୍କୁ ମିଳୁଥିବା ଖବର ଅନୁମାନାରେ ନୁହେଁ ଅନ୍ୱେଷଣରୁ […]

କେନ୍ଦ୍ରାପଡ଼ା, ୩ା୩ : ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଫସଲ ଉଜୁଡି ଯାଉଥିବା ନେଇ ଚାଷୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ଶହ ଶହ ସଂଖ୍ୟାରେ ମାଙ୍କଡଙ୍କ ଉପଦ୍ରବ ହେତୁ ଚାଷଜମି ଓ ବାଡିବଗିଚାରେ ଫସଲ ସବୁ ଉଜୁଡି ଯାଉଥିବାରୁ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ତୁରନ୍ତ ପ୍ରତିକାର କରାଯିବାକୁ ଦାବି […]

କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ କିଆରବାଙ୍କ ଡିଆରଡିଓ ଅଫିସରେ ସୈନ୍ୟବାହିନୀର ଜଣେ ଯବାନଙ୍କ ଆତ୍ମହତ୍ୟା । ଯବାନ ଜଣଙ୍କ ନିଜକୁ ଗୁଳିକରି ହତ୍ୟା କରିଛନ୍ତି ବୋଲି ଆଲୋଚନା ହେଉଛିି । । ମୃତକ ଯବାନ ହେଲେ ତାମିଲନାଡୁର ରାଜେଶ କରନ୍‌(୩୫) ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ପଂଚାୟତ ରାଜେନ୍ଦ୍ରନଗର ଗାଁରେ ଚାଂଚଲ୍ୟକର ଘଟଣା ଘଟିଛି । ଏକ ଘରୁ ମା’, ବାପା, ଏବଂ ପୁଅଙ୍କ ମୃତଦେହ ରାଜନଗର ପୋଲିସ ଉଦ୍ଧାର କରିଛି । ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ(୫୩), ମା’ ଜୟନ୍ତୀ ମଣ୍ଡଳ(୪୫) ଓ ପୁଅ ପରୀକ୍ଷିତ ମଣ୍ଡଳ(୨୭) । ଆଜି ସକାଳେ ଶ୍ରୀଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଛାତରୁ ତଳକୁ ଓହଳିଥିବା ଦେଖି ଗାଁ ଲୋକେ […]